om academy

କରୋନା ଭୂତାଣୁର ତୃତୀୟ ସ୍ୱଦେଶୀ ରୂପ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି

jsm

କୋଲକାତା : ବହୁରୂପୀ କରୋନା ଭୂତାଣୁ ପୁଣି ଥରେ ବୈଜ୍ଞାନିକମାନଙ୍କୁ ଚିନ୍‌ନ୍ତା ବଢ଼ାଇ ଦେଇଛି । ଭାରତରେ ତୃତୀୟ ଥର ପାଇଁ କରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିଛି ଏବଂ ଏଥର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଫଳସ୍ୱରୂପ ଏଠାରେ ଗୋଟିଏ ଦିନରେ ୧୦,୦୦୦ରୁ ଅଧିକ ମାମଲା ସାମ୍‌ନାକୁ ଆସିଛି ।

ଆଇଜିବି ଇନଷ୍ଟିଚ୍ୟୁଟ୍ ଅଫ୍ ସିଏସ୍‌ଆଇଆର୍‌, ନୂଆଦିଲ୍ଲୀ କରୋନା ଭୂତାଣୁର ଏକ ନୂତନ ପ୍ରକାର ପାଇଛି । ଏହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଗଲେ । ଏହି ରୂପରେ ଭୂତାଣୁର ଶୀଘ୍ର ବିସ୍ତାର କରିବାର କ୍ଷମତା ଥାଇପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ହେଉଛି B.1.618 ନାମକ ତୃତୀୟ ସ୍ୱଦେଶୀ ମ୍ୟୁଟାଣ୍ଟ, ଯାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ ।

ତିନୋଟି ଭିନ୍ନ କୋଭିଡ୍ ଷ୍ଟ୍ରେନ୍ ଦ୍ୱାରା ନୂତନ ପ୍ରକାର ଭାଇରସ୍‌ ତାର ରୂପ ଦେଖାଇଛି । କୁହାଯାଉଛି, ଏହା ଅତ୍ୟନ୍ତ ସାଂଘାତିକ । ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କିମ୍ବା ଟୀକାକରଣ କରିଛନ୍ତି ସେମାନେ ମଧ୍ୟ ଅସୁରକ୍ଷିତ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.