ପୂର୍ବଭଳି ଅନ୍ୟାଦେଶ ପର୍ୟ୍ୟନ୍ତ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ବ୍ୟବସ୍ଥା ବନ୍ଦ ରହିବ

ସାଂପ୍ରତିକ ପାସେଞ୍ଜର ଟ୍ରେନ ସେବା ନିଲମ୍ବନ ସଂକ୍ରାନ୍ତ ସୂଚନା
ନୂଆଦିଲ୍ଲୀ, (ପିଆଇବି) : ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ପୂର୍ବଭଳି ଦେଶର ସବୁ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ଅନ୍ୟାଦେଶ ପର୍ୟ୍ୟନ୍ତ ବନ୍ଦ ରହିବ । ତେବେ ଦେଶରେ ଏବେ ଯେଉଁ ୨୩୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ସେ ସେବା ପୂର୍ବଭଳି ଚାଲିବ । ମୁମ୍ବାଇରେ ଲୋକାଲ ଟ୍ରେନ କେବଳ କେତେକ ସ୍ଥାନରେ ସୀମିତଭାବେ ରାଜ୍ୟ ସରକାରଙ୍କ ରିକ୍ୟୁଜିସନ ଅନୁସାରେ ଚାଲିଛି । ତାହା ଅବ୍ୟାହତ ରହିବ । ଏହା ବାହାରେ ଅନ୍ୟ କୌଣସି ସହରତଳି ଟ୍ରେନ ଚଳାଚଳ କରିବ ନାହିଁ ।
ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଯେଉଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ତାହାର ଯାତ୍ରୀସଂଖ୍ୟା ଉପରେ ନିୟମିତ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇପାରେ । ତେବେ ଲକଡାଉନ ପୂର୍ବରୁ ଯେଉଁ ଅନ୍ୟ ସବୁ ନିୟମିତ ଟ୍ରେନ ଓ ସହରତଳି ଟ୍ରେନ ଚଳାଚଳ କରୁଥିଲା ତାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.