ଉଜ୍ୱଲା ଆଶ୍ରୟ ଗୃହରେ ଯୁବତୀମାନେ ଯୌନ ଶୋଷଣ ଅଭିଯୋଗ ଆଣିଲେ

ରାୟପୁର : ରାୟପୁରର ଏକ ସରକାରୀ ଉଜ୍ୱଲା ଆଶ୍ରୟ ଗୃହରେ ରହୁଥିବା ଯୁବତୀମାନ‌ଙ୍କ ‌ଦ୍ୱାରା ଅଭିଯୋଗ ହୋଇଛି ଯେ ସେମାନେ ଯୌନ ଶୋଷଣର ଶିକାର ହୋଇଛନ୍ତି । ଏହି ଉଜ୍ୱଲା ଆଶ୍ରୟ ଗୃହରୁ ଆସିଥିବା ଝିଅମାନେ ଅଭିଯୋଗ କରିଛନ୍ତି, ସେଠାରେ ଝିଅମାନେ ଯୌନ ଶୋଷଣର ଶିକାର ହୋଇଥିଲେ । ଏଥିସହ ଝିଅମାନଙ୍କୁ ଯୌନ ବ୍ୟବସାୟ ପାଇଁ ମଧ୍ୟ ପଠାଯାଇଥିବା ଜଣାଯାଇଛି ।

ଏହି ଅଭିଯୋଗ ପରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଏବଂ ତାଙ୍କର ଏକ ଟିମ୍ ବିଲାସପୁର ଗସ୍ତ କରି ମାମଲାର ତଦନ୍ତ କରିଛନ୍ତି । ସମ୍ପ୍ରତି ଏହି କେନ୍ଦ୍ର ବନ୍ଦ ହୋଇଯାଇଛି ଏବଂ ସେଠାରେ ରହୁଥିବା ଝିଅମାନଙ୍କୁ ସେମାନଙ୍କ ଘର କିମ୍ବା ଅନ୍ୟ କେନ୍ଦ୍ରକୁ ପଠାଯାଉଛି ।

ତେବେ ଏହି ଉଜ୍ୱଲା ଆଶ୍ରୟ ଗୃହରେ ଯୌନ ଉତ୍ପୀଡ଼ନର ଗୁରୁତର ଅଭିଯୋଗ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ଏକ ସ୍ୱତନ୍ତ୍ର ଟିମ୍‌ ଦାବୀ କରି ଏହାର ତଦନ୍ତ କରିବାକୁ କହିଛନ୍ତି ।

Leave A Reply

Your email address will not be published.

error: Content is protected !!