jayashree

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍‌ପିର ସମର୍ଥନ ଘୋଷଣା

ଲକ୍ଷ୍ମୌ : ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଶନିବାର ରାଜଧାନୀ ଲକ୍ଷ୍ମୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥିନୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ, ଆମର ନିଷ୍ପତ୍ତି ନା ବିଜେପି କିମ୍ବା ଏନ୍‌ଡିଏ କିମ୍ବା ବିରୋଧୀ ଦଳଙ୍କ ସମର୍ଥନରେ ନାହିଁ । ଆମର ଦଳ ଏବଂ ଆନ୍ଦୋଳନକୁ ଧ୍ୟାନରେ ରଖି ଆମେ ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ସପକ୍ଷରେ ଅଛୁ ।

Leave A Reply

Your email address will not be published.