ଦଳ ଯାହା ଦାୟି‌ତ୍ୱ ଦେବ, ମୁଁ ନିଭେଇବି : ରାହୁଲ ଗାନ୍ଧୀ

ନୂଆଦି‌ଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ‌ଙ୍କ ‌ଦ୍ୱାରା ଶନିବାର ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପାଥରେ ଆୟୋଜିତ ବୈଠକରେ ଦଳର ୨୦ ନେତା ଯୋଗ ଦେଇଥିଲେ । ସୂଚନାନୁସାରେ, ଏହି ବୈଠକରେ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦଳର କମାଣ୍ଡ ନେବା ଉଚିତ୍ । ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦଳ ଯେଉଁ ଭୂମିକା ଦେବ, ମୁଁ ଗ୍ରହଣ କରିବି, ଏହାକୁ ନିଭେଇବି । କିଏ ନେତା ହେବେ ନିର୍ବାଚନ ସ୍ଥିର କରିବ ବୋଲି ସେ କହିଛନ୍ତି ।

କଂଗ୍ରେସର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା । ଏଥିରେ ଦଳକୁ ମଜବୁତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । କଂଗ୍ରେସ ନେତା ପୱନ ବନସଲ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ନେତାଙ୍କ ମଧ୍ୟରେ ଅସନ୍ତୋଷ ନାହିଁ । ଏହି ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ଆମେ ଏକ ବଡ ପରିବାର । ଦଳକୁ ମଜବୁତ କରିବା ପାଇଁ ଆମକୁ ଏକାଠି କାମ କରିବା ଆବଶ୍ୟକ । ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ, ଆମେ ଖୁବ ଶୀଘ୍ର ଏକ ଚି‌ନ୍ତନ ଶିବିର କରିବୁ, ଯେଉଁଥିରେ ବିଜେପି ବିରୋଧରେ ଲଢେ଼ଇ ପାଇଁ ରଣନୀତି ପ୍ରସ୍ତୁତ ହେବ ।

୧୦ ଜାନପାଥରେ ଅନୁଷ୍ଠିତ ବୈଠକ ପାଇଁ ବରିଷ୍ଠ କଂଗ୍ରେସ ନେତାମାନେ ପହଞ୍ଚିଥିଲେ । ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପ୍ରୀତିରାଜ ଚାବନ, ପି ଚିଦାମ୍ବରମ୍, ଭୁପିନ୍ଦର ସିଂ ହୁଦା, ଅମ୍ବିକା ସୋନୀ, ମନୀଷ ତିୱାରୀ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କମଲ ନାଥ ଇତ୍ୟାଦି ସାମିଲ ଥିଲେ ।

Leave A Reply

Your email address will not be published.