oum

ପାଣିର ପ୍ରଖର ସ୍ରୋତରେ ଭାସିଗଲା ପୁରା ପରିବାର : ୫ ଜଣ ମୃତ

jsm

ମହାରାଷ୍ଟ୍ରର : ଛୁଟି କାଟିବାକୁ ଲୋନାୱାଲା ଯାଇଥିଲା ପୂରା ପରିବାର । ଛୁଟି ସାରି ପୁଣି ଘରକୁ ଫେରି ଆସିଥାନ୍ତେ । ମାତ୍ର ତା’ ପୂର୍ବରୁ ଘୋଟି ଆସିଲା କଳା ବାଦଲ । ଆଉ ପୂରା ପରିବାରର ୫ ସଦସ୍ୟଙ୍କୁ ମୃତ୍ୟୁ ନିଜ କୋଳକୁ ଟାଣିନେଲା । ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା(୩୬) ଓ ୪ ପିଲା ଅଛନ୍ତି । ସେମାନେ ମହାରାଷ୍ଟ୍ରର ହଡପସର ଅଞ୍ଚଳର ଅନସାରୀ ପରିବାର ସଦସ୍ୟ ବୋଲି ଜଣାଯାଇଛି । ପରିବାର ଏକ ଝରଣା ନିକଟରେ ଗାଧୋଉ ଥିଲେ । ଲୋନାୱାଲାରେ ଲଗାଣ ବର୍ଷା ହେତୁ ପାଣିର ପ୍ରଖର ସ୍ରୋତରେ ପୂରା ପରିବାର ଭାସି ଯାଇଥିଲେ । ବଞ୍ଚିବା ପାଇଁ ସେମାନେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଗତକାଲି ଦୁଇ ମୃତଦେହ ମିଳିଥିବା ବେଳେ ଆଜି ଆଉ ୩ଟି ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.