oom

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଏବେ ଖେଳ ଶେଷ : ମୋଦୀଙ୍କ କଡ଼ା ପଦକ୍ଷେପ

jsmm

ନୂଆଦିଲ୍ଲୀ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଏବେ ଖେଳ ଶେଷ । ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବେ କଡ଼ା ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏଣିକି ଚାକିରୀରୁ ଅବସର ନେବାର ୩୦ ଦିନ ପୂର୍ବରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଫାଇଲ କେନ୍ଦ୍ରୀୟ ଭିଜିଲାନ୍ସ୍‌ କମିଶନ(ସିଭିସି)ଙ୍କ ଠାରେ ଦାଖଲ କରାହେବ ବୋଲି ନି‌ଷ୍ପତ୍ତି ନିଆଯାଇଛି । ଅବସର ଗ୍ରହଣ କରିବା ପୂର୍ବରୁ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆଶା କରାଯାଉଛି । ଏ ସଂପର୍କରେ ସମସ୍ତ ବିଭାଗକୁ ସିଭିସି ନିର୍ଦ୍ଦେଶକ ଜେ.ବିନୋଦ କୁମାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.