ମାସ୍କ ନ ପିନ୍ଧିଥିବା ଲୋକଙ୍କ ଉପରେ ଜୋରିମାନା : ଗୋଟିଏ ସପ୍ତାହରେ ୧ କୋଟି ଆଦାୟ

ପୁନା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନାରେ କଡ଼ାକଡ଼ି କରାଯାଇଛି ମାସ୍କ ଚେକିଂ । ଯେଉଁମାନେ ମୁହଁରେ ମାସ୍କ ଲଗାଇ ନାହାନ୍ତି ସେମାନଙ୍କ ଚାଲାନ୍‌ କଟାଯାଇ ଗୋଟିଏ ସପ୍ତାହରେ ୧ କୋଟି ଟଙ୍କା ଆଦାୟ ହୋଇଛି । ବିନା ମାସ୍କରେ ବାହାରେ ବୁଲୁଥିବା ୨୭,୯୮୯ ଲୋକଙ୍କ ଚାଲାନ୍‌ କଟାଯାଇଥିବା ବେଳେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ମହାରାଷ୍ଟ୍ରରେ କରୋନା ଖୁବ୍‌ କ୍ଷୀପ୍ର ବେଗରେ ସଂକ୍ରମିତ ହେଉଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ମୁହଁରେ ମାସ୍କ ପିନ୍ଧିବା ପୁନାରେ ବାଧ୍ୟତାମୂଳକ କରାଯାଇଛି । ସୂଚନା ଅନୁସାରେ ୨ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ମଧ୍ୟରେ ୧୩,୯୯୪,୫୦୦ ଟଙ୍କା ଜୋରିମାନା ବାବଦରେ ଆଦାୟ ହୋଇଥିବା ସୂଚନାରେ କୁହାଯାଇଛି । ପୁନା ପୋଲିସ ମାସ୍କ ପରିଧାନକୁ ଏବେ କଡ଼ାକଡ଼ି ପାଳନ ପାଇଁ ଗୁରୁତ୍ୱ ଦେଉଛି ।

Leave A Reply

Your email address will not be published.