ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ

କୋଲକାତା : ପଶ୍ଚିମବଙ୍ଗ ଇଟା ଭାଟିରେ ବିସ୍ଫୋରଣ । ଗତକାଲି ବଶିରାହାଟର ଧିଲ୍‌ଟଟାହ ଗାଁରେ ସଂଧ୍ୟା ସମୟରେ ଇଟାଭାଟିରେ ଏହି ଦୁର୍ଘଟଣା ହୋଇଥିଲା । ଅଚାନକ ଭାଟିରେ ବ୍ଲାଷ୍ଟ ହୋଇଥିଲା ଏବଂ ଚିମିନି ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଇଟାଭାଟି ଚୁଲି ଜଳୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ପୋଲିସର କହିବା ମୁତାବକ ଆହତ ହୋଇଥିବା ସମସ୍ତ ଲୋକ ଦିନ ମଜୁରିଆ । ଏହି ଘଟଣାରେ ଜଣେ ବ୍ୟକ୍ତିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ ଶବ ଧ୍ୱସାଂବଶେଷ ତଳୁ ବାହାର କରାଯାଇଛି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ଇଟାଭାଟିରେ ବିସ୍ଫୋରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ହାହାକାର ଖେଳିଯାଇଥିଲା । ବ୍ଲାଷ୍ଟର ଶବ୍ଦ ବହୁ ଦୂରତା ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ପୋଲିସ ଓ ଫରେନ୍ସିକ୍ ଟିମ୍ ଏହି ଘଟଣାର ଯାଞ୍ଚ କରୁଛି ।

Leave A Reply

Your email address will not be published.