- ଟୋଲ୍ ଫ୍ରି ନମ୍ବର ‘‘୧୪୫୬୬’’ ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଉପଲବ୍ଧ
- ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ଅତ୍ୟାଚାରର ପ୍ରତିକାର) ଅଧିନିୟମ, ୧୯୮୯ର ଉପଯୁକ୍ତ କାର୍ୟ୍ୟାନ୍ୱୟନକୁ ସୁନିଶ୍ଚିତ କରିବ ଏନ୍ଏଚ୍ଏଏ
- ଏନଏଚଏଏ ପ୍ରତି ଅଭିଯୋଗର ପଞ୍ଜୀକରଣକୁ ଏକ ଏଫଆଇଆର ଭାବରେ ଗ୍ରହଣ କରିବ ବୋଲି କହିଛନ୍ତି ଡା. ବିରେନ୍ଦ୍ର କୁମାର
- ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ଭେଦଭାବକୁ ସମାପ୍ତ କରିବା ହେଉଛି ଆମର ପ୍ରାଥମିକ ଉଦ୍ଦେଶ୍ୟ : ଡା. ବିରେନ୍ଦ୍ର କୁମାର
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନ (ଏନ୍ଏଚ୍ଏଏ)ର ଆଜି ଶୁଭାରମ୍ଭ କରିଛନ୍ତି । ଏହି ହେଲ୍ପଲାଇନଟି ଶୁଳ୍କମୁକ୍ତ ନମ୍ବର ‘‘୧୪୫୬୬’’ରେ ସାରା ଦେଶରେ ସର୍ବଦା ହିନ୍ଦୀ, ଇଂରାଜୀ ଓ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ହେଲ୍ପ ଲାଇନ ନମ୍ବର ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ଅତ୍ୟାଚାରର ପ୍ରତିକାର) (ପିଓଏ) ଅଧିନିୟମ, ୧୯୮୯ର ଉପଯୁକ୍ତ କାର୍ୟ୍ୟାନ୍ବୟନକୁ ସୁନିଶ୍ଚିତ କରିବ । ଏହି ସେବାକୁ ସାରା ଦେଶରେ ଯେକୌଣସି ଟେଲିକମ ଅପରେଟରରେ ମୋବାଇଲ୍ ବା ଲ୍ୟାଣ୍ଡ ଲାଇନ୍ ନମ୍ବରରୁ ଭଏସ କଲ୍/ ଭିଓଆଇପି ମାଧ୍ୟମରେ ଉପଲବ୍ଧ କରାଯାଇପାରିବ । ଏହି ପିଓଏ ଅଧିନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚୀତ ଜାତି (ଏସ୍ସି) ଓ ଅନୁସୂଚୀତ ଜନଜାତି (ଏସ୍ଟି)ଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିକାର କରିବା ।
ଏହା ମଧ୍ୟ ଏକ ୱେବଭିତ୍ତିକ ସେଲ୍ଫ ସର୍ଭିସ୍ ପୋର୍ଟାଲ୍ ଭାବରେ କାର୍ୟ୍ୟ କରିବ । ଏନଏଚ୍ଏଏ ଅତ୍ୟାଚାରର ପ୍ରତିକାର (ପିଓଏ) ଅଧିନିୟମ ୧୯୮୯ ଓ ନାଗରିକ ଅଧିକାରର ସୁରକ୍ଷା (ପିସିଆର) ଅଧିନିୟମ, ୧୯୫୫ର ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଭେଦଭାବର ସମାପ୍ତି କରିବା । ଏହା ନିଶ୍ଚିତ କରିବ ଯେ, ପ୍ରତ୍ୟେକ ଅଭିଯୋଗ ଏଫ୍ଆଇଆର୍ ଭାବରେ ପଞ୍ଜୀକୃତ ହୋଇଛି, ରିଲିଫ୍ ପ୍ରଦାନ କରାଯାଇଛି, ସମସ୍ତ ପଞ୍ଜୀକୃତ ଅଭିଯୋଗର ଯାଞ୍ଚ କରାଯାଇଛି ଏବଂ ଦାଖଲ ହୋଇଥିବା ସମସ୍ତ ଚାର୍ଜସିଟ୍ ନିଷ୍ପତ୍ତି ପାଇଁ କୋର୍ଟରେ ଦାଖଲ କରାଯାଇଛି ଏବଂ ଏହାକୁ ଆଇନରେ ଦିଆଯାଇଥିବା ସମୟସୀମା ମଧ୍ୟରେ କରାଯିବ ।
(କ) ହେଲ୍ପଲାଇନ ସମ୍ବନ୍ଧରେ ମୌଳିକ ସବିଶେଷ :
- ଶୁଳ୍କମୁକ୍ତ ସେବା
- ଏହି ସେବାକୁ ସାରା ଦେଶରେ ଯେକୌଣସି ଟେଲିକମ ଅପରେଟରରେ ମୋବାଇଲ୍ ବା ଲ୍ୟାଣ୍ଡ ଲାଇନ୍ ନମ୍ବରରୁ ଭଏସ କଲ୍/ ଭିଓଆଇପି ମାଧ୍ୟମରେ ଉପଲବ୍ଧ କରାଯାଇପାରିବ ।
- ସେବାର ଉପଲବ୍ଧ : ଦିନ ରାତି
- ଏହି ସେବା ହିନ୍ଦୀ, ଇଂରାଜୀ ଓ ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳର ଆଞ୍ଚଳିକ ଭାଷାରେ ଉପଲବ୍ଧ ହୋଇପାରିବ ।
- ମୋବାଇଲ ଆପ୍ଲିକେସନ ମଧ୍ୟ ଉପଲବ୍ଧ ରହିଛି
(ଖ) ହେଲ୍ପଲାଇନର ବୈଶିଷ୍ଟ୍ୟ :- - ଅଭିଯୋଗ ନିବାରଣ : ପୀଡ଼ିତ/ ଅଭିଯୋଗକାରୀ/ ଏନଜିଓ ମାନଙ୍କ ଠାରୁ ପିସିଆର ଅଧିନିୟମ ୧୯୫୫ ଓ ପିଓଏ ଅଧିନିୟମ ୧୯୮୯ର ଅଣ-ଅନୁପାଳନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକ ଅଭିଯୋଗ ପାଇଁ ଡକେଟ୍ ନମ୍ବର ପ୍ରଦାନ କରାଯିବ ।
- ଟ୍ରାକିଂ ସିଷ୍ଟମ : ଅଭିଯୋଗର ସ୍ଥିତିକୁ ଅଭିଯୋଗକାରୀ / ଏନଜିଓମାନଙ୍କ ଦ୍ବାରା ଅନଲାଇନ ମାଧ୍ୟମରେ ଯାଞ୍ଚ କରାଯାଇପାରିବ ।
- ଅଧିନିୟମର ଅଟୋ ଅନୁପାଳନ : ପୀଡିତାଙ୍କ ସହ ଜଡିତ କାର୍ୟ୍ୟଗୁଡ଼ିକର ପ୍ରତ୍ୟେକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ ଏବଂ ବାର୍ତ୍ତା / ଇ-ମେଲ ପଠାଇବା ସହିତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର କାର୍ୟ୍ୟକାରୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ / ରିମାଇଣ୍ଡର ଜରିଆରେ ଏହି ଅଧିନିୟମର ଅନୁପାଳନ ସୁନିଶ୍ଚିତ କରାଯିବ ।
- ସଚେତନତା ସୃଷ୍ଟି : ଯେକୌଣସି ଅନୁସନ୍ଧାନକୁ ଆଇଭିଆର ବା ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଉତ୍ତର ପ୍ରଦାନ କରାଯିବ ।
- ରାଜ୍ୟ / ୟୁଟି ପାଇଁ ଡାସବୋର୍ଡ଼ : କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଭିଜନ (ଅତ୍ୟାଚାର ମାମଲା ମଧ୍ୟ ହ୍ରାସ କରିବାର ବ୍ୟବସ୍ଥା)ର ଡ୍ୟାସବୋର୍ଡରେ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର କେପିଆଇ ଗୁଡିକ ଉପଲବ୍ଧ ହେବ ଯାହା ପିସିଆର ଅଧିନିୟମ, ୧୯୫୫ ଏବଂ ପିଓଏ ଅଧିନିୟମ, ୧୯୮୯ କାର୍ୟ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ ।
- ମତାମତ ପ୍ରଣାଳୀ ଉପଲବ୍ଧ ରହିଛି
- ଗୋଟିଏ ପଏଣ୍ଟରେ ଯୋଗାଯୋଗ ବିଷୟକୁ ମଧ୍ୟ ଗ୍ରହଣ କରାଯାଇଛି ।