କ୍ଷେପୁଛି କରୋନା : ଦେଶରେ ଗୋଟିଏ ଦିନରେ ପାଖାପାଖି ୧.୫ ଲକ୍ଷ ନୂଆ ଆକ୍ରା‌ନ୍ତ ଚି‌ହ୍ନଟ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ନୂଆ ଆକ୍ରା‌ନ୍ତ ହୋଇଥିବା ଜଣାଯାଇଛି । ଏହା ପରେ ଦେଶରେ କରୋନା ରୋଗର ସକ୍ରିୟ ମାମଲା ୧୦ ଲକ୍ଷ ଅତିକ୍ରମ କରିଛି, ଯାହା ଦେଶରେ ସର୍ବାଧିକ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍‌ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୫ ହଜାର ୩୪୮ ରୋଗୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମହାମାରୀ ଯୋଗୁଁ ୭୯୪ ଜଣଙ୍କ ମୃତ୍ୟୁ ଘଟିଛି ।

ନୂତନ ମାମଲା ଆସିବା ପରେ ଦେଶରେ ମୋଟ କରୋନା ମାମଲା ୧ କୋଟି ୩୨ ଲକ୍ଷ ୫ ହଜାର ୯୨୬ କୁ ବୃଦ୍ଧି ପାଇଛି । ମୋଟ ମାମଲା ମଧ୍ୟରୁ ୧ କୋଟି ୧୯ ଲକ୍ଷ ୯୦ ହଜାର ୮୫୯ ରୋଗୀ ଏହି ରୋଗକୁ ପରାସ୍ତ କରିଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୬୩୧ ଅଟେ । ତେବେ ଗତ ବର୍ଷ ଠାରୁ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୮ ହଜାର ୪୩୬ ରେ ପହଞ୍ଚିଛି ।

Leave A Reply

Your email address will not be published.