ଦେଶରେ ମୋଟ କରୋନା ପଜିଟିଭ୍ ମାମଲାର ୪% ରୁ କମ ସକ୍ରିୟ ମାମଲା

● ଦୈନିକ ପଜିଟିଭ୍ ହାର ୩.୧୪%
● ଜାତୀୟ ପଜିଟିଭ୍ ହାର ଠାରୁ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି

ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ହ୍ରାସ ଧାରା ବଜାୟ ରଖି ଦେଶରେ ସକ୍ରିୟ କରୋନା ମାମଲା ଏବେ ୩,୭୮,୯୦୯ ରେ ପହଁଚିଛି । ମୋଟ ପଜିଟିଭ୍ ମାମଲାର ୩.୮୯% ସକ୍ରିୟ ମାମଲା ରହିଛି ।
ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଥିବା ଯୋଗୁ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଗତ କାଲି ୨୪ ଘଣ୍ଟାରେ ସକ୍ରିୟ ମାମଲା ୪,୯୫୭ ହ୍ରାସ ପାଇଛି ।
ଗତ କାଲି ୨୪ ଘଣ୍ଟାରେ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲା ତୁଳନାରେ ଅଧିକ ରହିଛି । ୩୨,୦୮୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୬,୬୩୫ ଜଣ ସୁସ୍ଥ ହୋଇଛନ୍ତି ।
ଭାରତରେ ମୋଟ ନମୁନା ପରୀକ୍ଷା ୧୫ କୋଟି (୧୪,୯୮,୩୬,୭୬୭) ପାଖାପାଖି ହୋଇଛି । ପ୍ରତିଦିନ ଦଶ ଲକ୍ଷରୁ ଅଧିକ ନମୁନା ପରୀକ୍ଷାର ଧାରା ବଜାୟ ରଖି ଗତ କାଲି ୨୪ ଘଣ୍ଟାରେ ୧୦,୨୨,୭୧୨ ନମୁନା ପରୀକ୍ଷା କରାଯାଇଛି । ଦିନକୁ ଏବେ ଦେଶରେ ନମୁନା ପରୀକ୍ଷାର କ୍ଷମତା ୧୫ ଲକ୍ଷକୁ ବୃଦ୍ଧି ପାଇଛି ।
ଭାରତରେ ଏବେ ମୋଟ ୨,୨୨୦ ଲାବୋରେଟାରୀରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ହୋଇପାରୁଛି ।
ଦୈନିକ ହାରାହାରି ୧୦ ଲକ୍ଷ ନମୁନା ପରୀକ୍ଷା ଯୋଗୁ ଏହା ନିଶ୍ଚିତ ହୋଇଛି ଯେ, ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହି ଧାରା ବଜାୟ ରହିଛି । ଗତ କାଲି ମୋଟ ଜାତୀୟ ପଜିଟିଭ୍ ହାର ରହିଛି ୬.୫୦% । ଦୈନିକ ପଜିଟିଭ୍ ହାର ମାତ୍ର ୩.୧୪% ରହିଛି । ଅଧିକରୁ ଅଧିକ ନମୁନା ପରୀକ୍ଷା ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇପାରିଛି ।
ଜାତୀୟ ପଜିଟିଭ୍ ହାର ତୁଳନାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି ।
ନିମ୍ନଲିଖିତ ରାଜ୍ୟ ଗୁଡ଼ିକରେ ମୋଟ ନମୁନା ପରୀକ୍ଷା ଅଧିକ ରହିବା ସହ ପଜିଟିଭ୍ ହାର ହ୍ରାସ ହୋଇଛି ।
ଉତ୍ତର ପ୍ରଦେଶରେ ମୋଟ ନମୁନା ପରୀକ୍ଷା ୨ କୋଟିକୁ ଅତିକ୍ରମ କରିଛି । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ସର୍ବାଧିକ ନମୁନା ପରୀକ୍ଷା ଅର୍ଥାତ ୧ କୋଟିରୁ ଅଧିକ ପରୀକ୍ଷା ହୋଇଥିବା ରାଜ୍ୟରେ ଅନ୍ତର୍ଭୁକ୍ତ ।
ଭାରତରେ ସୁସ୍ଥତା ହାର ୯୪.୬୬%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ସଂଖ୍ୟା ଗତ କାଲି ୯୨ ଲକ୍ଷ (୯୨,୧୫,୫୮୧)କୁ ଅତିକ୍ରମ କରିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୩୭% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗତ କାଲି ୨୪ ଘଣ୍ଟାରେ ସର୍ବାଧିକ ୬,୩୬୫ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ୪,୭୩୫ ଜଣ ଏବଂ ଦିଲ୍ଲୀରେ ୩,୩୦୭ ଜଣ ସୁସ୍ଥ ହୋଇଛନ୍ତି ।
ଗତ କାଲି ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲାରୁ ୭୫.୧୧% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ ୫,୦୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୪,୦୨୬ ଜଣ ଚିହ୍ନଟ ହୋଇଛନ୍ତି ।
ଗତ କାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୬.୩୭% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ (୫୭) ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ ୫୩ ଏବଂ ପଶ୍ଚିମବଙ୍ଗରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.