oum

ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେବେ

jsm

ନୂଆଦି‌ଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ କମ୍ପାନୀର ସିଇଓ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବେଜୋସଙ୍କ ପରେ ଆଣ୍ଡି କମ୍ପାନୀର ସିଇଓ ଭାବେ ଅନୁସରଣ କରିବେ । ଆଣ୍ଡି ବର୍ତ୍ତମାନ ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ ବ୍ୟବସାୟର ନେତୃତ୍ୱ ନେଉଛ‌ନ୍ତି ।

କମ୍ପାନୀ ‌ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଏହି ପରିବର୍ତ୍ତନ ୨୦୨୧ର ଦ୍ୱିତୀୟାର୍ଦ୍ଧରେ ଘଟିବ । ଏହା ପରେ ଜେଫ୍ ବେଜୋସ୍ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ କମ୍ପାନୀର କାର୍ୟ୍ୟ ଦେଖିବେ । ଜେଫ୍ ବେଜୋସ୍ ପ୍ରାୟ ୩୦ ବର୍ଷ ପୂର୍ବେ ତାଙ୍କ ଗ୍ୟାରେଜରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ସିଇଓ ପଦବୀ ଏବଂ ନୂତନ ଭୂମିକା ଛାଡିବା ପରେ ସେ କହିଛନ୍ତି ଯେ, ଏହି ପଦକ୍ଷେପ ଅନ୍ୟ ଉଦ୍ୟୋଗରେ ସମୟ ଦେବା ଏବଂ ଶକ୍ତି ଖର୍ଚ୍ଚ କରିବାରେ ସହାୟକ ହେବ ।

Leave A Reply

Your email address will not be published.