ଅଭିନେତା ଲଲିତ ବାହଲଙ୍କ କରୋନାରେ ମୃତ୍ୟୁ : ‘ମେଡ୍‌ ଇନ୍‌ ହେଭେନ୍‌’ ଏବଂ ‘ଜଜ୍‌ମେଂଟାଲ୍‌ ହୈ କ୍ୟା’ରେ କରିଥିଲେ କାମ

ମୁମ୍ବାଇ : ଭେଟେରାନ୍‌ ଅଭିନେତା ତଥା ନିର୍ମାତା ଲଲିତ ବାହଲ କୋଭିଡ -୧୯ ସହ ଜଡିତ ଜଟିଳତା ହେତୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନିର୍ଦ୍ଦେଶକ କାନୁ ବାହଲ ଏହି ସୂଚନା ଦେଇଛନ୍ତି । ସ୍ୱର୍ଗତ୍‌ ବାହଲ ‘ତିତ୍‌ଲି’ ଏବଂ ‘ମୁକ୍ତି ଭବନ’ ଭଳି ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ୭୧ ବର୍ଷୀୟ ଅଭିନେତା ଗତ ସପ୍ତାହରେ କୋଭିଡ -୧୯ରେ ସଂକ୍ରମିତ ଥିବା ନିଶ୍ଚିତ ହୋଇଥିଲା ଏବଂ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ତେବେ ତାଙ୍କ ପୁଅ କାନୁ ବାହଲ ଗଣମାଧ୍ୟମକୁ କହିଛନ୍ତି ଯେ, ଶୁକ୍ରବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପୂର୍ବରୁ ହୃଦ୍‌ରୋଗ ରହିଥିଲା ଏବଂ ସେ କୋଭିଡ ସଂକ୍ରମିତ ମଧ୍ୟ ଥିଲେ, ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କ ଫୁସଫୁସରେ ଅତ୍ୟଧିକ ସଂକ୍ରମଣ ରହିଥିଲା, ଯାହା ପରେ ତାଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥିଲା ।

Leave A Reply

Your email address will not be published.