ଅଭିନବ ଉପାୟରେ ଦେଶୀ ମଦ ବିକ୍ରି କରୁଥିବା ଯୁବକ ଗିରଫ୍‌ : ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିନବ ଉପାୟରେ ରନ୍ଧା ଦେଶୀ ମଦ ବିକ୍ରି କରୁଥିବା ଜଣେ ଯୁବକ ଗିରଫ୍‌ ହୋଇଥିବା ବେଳେ ତା’ପାଖରୁ ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ କରିଛି ପୋଲିସ ।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର ଶାନ୍ତିପଡ଼ା ନିକଟସ୍ଥ ଖର୍ସେଲ୍‌ପଡ଼ାର କିଶୋର ଠେଲା ନାମକ ଜଣେ ଯୁବକ ୨୦୦ ଗ୍ରାମ୍‌ର ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲରେ ଦେଶୀ ମଦ ଭରି ବିକ୍ରି କରୁଥିଲା । କୌଣସି ସୂତ୍ରରୁ ସୂଚନା ପାଇ ଆଦର୍ଶ ଟାଉନ୍‌ ଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଅଭିଯୁକ୍ତ କିଶୋରକୁ ଗିରଫ କରିବା ସହ ତା’ ପାଖରୁ ୫୦ଟି ମଦ ଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ୍‌ କରିଛି । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଆଦର୍ଶ ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ।

Leave A Reply

Your email address will not be published.