om academy

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ ସହ ୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢାଉ କରି ଗଞ୍ଜେଇ ସହ ଟାଟା ପିକଅପ ଓ ହୋଣ୍ଡା ସିଟି କାର୍ ଗାଡିକୁ ଜବତ କରିଛି ଏସଟିଏଫ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡିଛି । ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହି ବ୍ୟଗରେ ୯ ଲକ୍ଷ ୭୭ ହଜାର ଦୁଇ ସହ ଟଙ୍କା ଜବତ ହୋଇଛି । ପୋଲିସ୍ ଏ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.