ମହୁଲପାଟଣା ଘାଟିରେ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀ ଠୁ ୫ ଲକ୍ଷ ୨୨ହଜାର ଟଙ୍କା ଲୁଟ ଅଭିଯୋଗ

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଲପାଟଣା ସାତ ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍‌ କରି ଦୁବୃତ୍‌ର୍ତ ମାନେ ଫେରାର ହୋଇଯାଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଜୟପାଟଣା ସାପ୍ତାହିକ ବଜାର ଥିଲା ଗୋରୁ କିଣିବା ପାଇଁ ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଅନ୍ତର୍ଗତ ଡି.କରଲ ଗାଁର ଚାରିଜଣ ଗୋରୁ ବ୍ୟବସାୟୀ ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ ସନାରୀ ନାଏକ ଙଜ ୧୮ ଇ ୮୮୨୬ ନମ୍ବର ବୋଲେରୋ ଗାଡି ଯୋଗେ ବଜାର କରିବା ପାଇଁ ଆସୁଥିଲେ । ମହୁଲପଟଣା ଘାଟି ରାସ୍ତା ଦେଇ ଥିବା ଆସୁଥିବା ବେଳେ ଚାରି ନମ୍ବର ଘାଟିରେ ଛପି ଥିବା ଆଠ ଜଣ ଲୁଟେରା ସେମାନଙ୍କ ଗାଡି ଅଟକାଇ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ମାରପିଟ କରି ଟଙ୍କା ମାଗିଥିଲେ । ପରେ ଜବରଦସ୍ତି ଗାଡି ଭିତରୁ ଡିକି ଫାଡ଼ି ୫ ଲକ୍ଷ ଟଙ୍କା ଓ ଅନ୍ୟ ଦୁଇ ଜଣଙ୍କ ଠାରୁ ୨୨ ହଜାର ଟଙ୍କା, ସମୁଦାୟ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ । ଏପରିକି ବୋଲେରୋ ଗାଡିର ଚାବି ମଧ୍ୟ କାଢି ନେଇଥିବା ବେଳେ ସେମାନେ ଏକ ମୋଟର ସାଇକେଲ ବାଇକ ଚାବି ବ୍ୟବହାର କରି ଗାଡିକୁ ତଳକୁ ଆଣିଥିଲେ । ପରେ ଜୟପାଟଣା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଜୟପାଟଣା ଥନାରେ ମାମଲା ରୁଜୁ ହୋଇଥିବା ସହ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.