ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ସୈଫ୍‌ ଅଲ୍ଲୀ ଖାନ ଓ ପ୍ରଭାସ

ମୁ‌ମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ବିଗ୍‌ ବଜେଡ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରଭାସ ନିଜେ ଟୁଇଟ କରି ଜଣାଇଛନ୍ତି । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ପ୍ରଭାସ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିଲା ବେଳେ ସୈଫ୍‌ଙ୍କୁ ଲଙ୍କପତି ରାବଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । କରୋନା ସମୟରେ ଭାରତର ଯେକୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ହେବ ସବୁଠୁ ହାଇ ବଜେଟ୍‌ର ସିନେମା ବୋଲି କୁହାଯାଉଛି । କାରଣ ଏହି ଫିଲ୍ମର ବଜେଟ ୪୦୦ କୋଟି ରହିଛି । ତେବେ ଏହି ଫିଲ୍ମଟି ୨୦୨୨ରେ ରିଲିଜ ହେବାର ଜଣାପଡ଼ିଛି ।

Leave A Reply

Your email address will not be published.