ଭଲ ଖବର : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କଲା ଓଡ଼ିଶା : ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ କୋଭିଡ-୧୯କୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ ହୋଇ ଦେଢ଼ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ ଯୋଦ୍ଧାଙ୍କୁ ଟ୍ୱିଟର୍‌ ମାଧ୍ୟମରେ ସେଲୁଟ୍‌ ଜଣାଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କ ସମର୍ପିତ ଦାୟିତ୍ୱ ସଂପାଦନ ଏବଂ ଅନ୍ୟ ସମସ୍ତଙ୍କ ଜୀବନ ବଂଚାଇବାକୁ ନିଃସ୍ୱାର୍ଥପର ସେବା ଯୋଗୁଁ ଓଡ଼ିଶା ଆଜି ପୁଣି ଏକ ସଫଳତାର ପାହାଚରେ ପହଂଚି ପାରିଛି ।

Leave A Reply

Your email address will not be published.