csstore

ପାଇକମାଲରେ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଦର ଗ୍ରାମଠାରେ ସାଇ ବାବାଙ୍କ ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଶୁଭାରମ୍ଭ ହୋଇଛି । ଆଜି ପବିତ୍ର ଶିବ ମନ୍ଦିର ଘାଟରୁ ୧୦୮ ଜଣ ପବିତ୍ର ଜଳ ପୂର୍ଣ୍ଣ କୁମ୍ଭରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରତିଷ୍ଠା ମହୋତ୍ସବ ସ୍ଥଳିକୁ ଆଣିଥିଲେ ।ବିଧିପୂଜାନୁସାରେ ପୂର୍ଣ୍ଣ କଲସକୁ ସ୍ଥାନୀତ କରାଯାଇଥିଲା । ବିଭିନ୍ନ ଗ୍ରାମାଞ୍ଚଳରୁ ସାଇବାବାଙ୍କ ଭକ୍ତ ମାନେ ଯୋଗଦାନ କରିଥିଲେ । ପ୍ରତ୍ୟହ ସାଇବାବାଙ୍କ ଜୀବନଧର୍ମୀ ଭଜନ, ପ୍ରବଚନ ଆଦି କରାଯିବ । ନୂତନ ନିର୍ମିତ ସାଇଁ ମନ୍ଦିରର ଗଠନ ଶୈଳୀ ସହ କାରୁକାର୍ଯ୍ୟ ମନ ମୁଗ୍ଧକର ହୋଇଛି । ପଣ୍ତିତ ଭାବରେ ମିତ୍ରଭାନୁ ଦେବତା ପୂଜାବିଧି କରିଥିବା ବେଳେ ମନ୍ଦିର ଓ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସଠିକ ମାର୍ଗରେ ପରିଚାଳନା କରିବାକୁ ଲକ୍ଷ୍ମଣ ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟ ବେହେରା, ସରୋଜ ସାମଲ, ଡା. ଲମ୍ବୋଦର ପଣ୍ତା, ଡା. ଗୌରୀ ଶଙ୍କର ପ୍ରଧାନ, ସୁରଥ ସାହୁ, ନନ୍ଦକୁମାର ଶ୍ରୀବାସ୍ତବ, ଯୋଗେନ୍ଦ୍ର ଭୋଇ ସମେତ ଅନେକ ସାଇ ଭକ୍ତ ନେତୃତ୍ବ ନେଇଛନ୍ତି ।

jayashree
Leave A Reply

Your email address will not be published.