oom

ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ସହ କବିତା ଆସର ଆୟୋଜିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ଅନୁଷ୍ଠାନରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଡଃ. ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଏବଂ ଆଦିତ୍ୟ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ନରେନ୍ଦ୍ର ପଟେଲ, ଯଶୋବନ୍ତୀ ବାରିକ, ସନ୍ତୋଷ କୁମାର ଅଦାବର, ଭାରତୀ ପଣ୍ଡା, ରାଧାମୋହନ ପୂଜାହାରୀ, ପ୍ରମୋଦିନୀ ପଣ୍ଡା, ସବିତା ହୋତା, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ଭକ୍ତବନ୍ଧୁ ସାହୁ, ଆଶୁତୋଷ ଠାକୁର, ସରୋଜ ଆଚାର୍ୟ୍ୟ, ଆଖଣ୍ଡଳ ଦାଶ, ପ୍ରତିମା ବାରିକ, ନରୋତ୍ତମ ଦାଶ, ଚନ୍ଦନା ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଭୋଇ, ରାଜେନ୍ଦ୍ର ମହାନ୍ତି ଆଦି ଅନେକ କବି କବୟିତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଂପାଦକ ରାଜେନ୍ଦ୍ର ମହାନ୍ତି କବି ମାନଙ୍କର କବିତା ଗୁଡ଼ିକର ପାଠକୀୟ ଅଭିମତ ରଖିଥିଲେ । କାର୍ୟ୍ୟକ୍ରମକୁ କବି ରାଧାମୋହନ ପୂଜାହାରୀ ପରିଚାଳନା କରିଥିବା ବେଳେ କବି ବେଦବ୍ୟାସ ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.