- ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗଠାରେ ଥିବା ସନ୍ସାଇନ ପବ୍ଲିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ସୋମବାର ଛତ୍ରପୁର ବିଜେପି ପକ୍ଷରୁ ସ୍ଥାନୀୟ ବ୍ଲକ ଘେରାଉ କରାଯାଇଛି । ଦଳୀୟ ନେତା ଓ କର୍ମୀମାନେ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିବା ସହ ଇସ୍ତଫା ଦାବୀ କରିଛନ୍ତି, ବିକ୍ଷୋଭ ପ୍ରଦର୍ଶନ କରି ଛତ୍ରପୁର ବ୍ଳକ୍ କାର୍ଯ୍ୟଳୟ ପରିସରରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶ-ପୁତ୍ତଳିକା ଦାହ କରାଯାଇଛି । ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଛତ୍ରପୁର ବିଜେପି କାର୍ଯ୍ୟାଳୟଠାରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ତ୍ୱରେ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ଆଇନ ସେଲ ଅଧ୍ୟକ୍ଷ ତଥା ଛତ୍ରପୁର ବାର-କାଉନ୍ସିଲ ସଭାପତି ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ, ଆଡଭୋକେଟ ଚୈତନ୍ୟ ପ୍ରଧାନ ସୁଶୀଳ ଦାଶ, ସୁରେଶ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରିଥିଲେ ।