csstore

ଶିଖ ଧର୍ମଗୁରୁ ନାନକଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେମିନାର ତଥା ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସନ୍ଥ ଶ୍ରୀମତୀ ସାଧନା ପତ୍ରି ଯୋଗ ଦେଇ ଶିଖ୍‌ ଧର୍ମଗୁରୁ ନାନକଙ୍କ ଓଡିଶା ଆଗମନ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଯାହା ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କ ମନରେ ଅନେକ ଆଲୋଡନ ସୃଷ୍ଟି କରିଥିଲା । ୧୫୩୯ ମସିହାରେ ଗୁରୁ ନାନକଙ୍କ ଓଡ଼ିଶା ଆଗମନ ହୋଇଥିବା ପ୍ରାୟ ୩ରୁ ୪ମାସ କାଳ ଓଡ଼ିଶାରେ ଧାର୍ମିକ ଚିନ୍ତନରେ ମନୋନିବେଶ କରିଥିଲେ, ତା’ସାଂଗକୁ ଓଡ଼ିଶାରେ ବିଭିନ୍ନ ଧର୍ମାନୁଷ୍ଠାନ କୀର୍ତିରାଜ, ମନ୍ଦିର, ତଥା ହିନ୍ଦୁଧର୍ମର ସୁରକ୍ଷା, ହିନ୍ଦୁଧର୍ମର ମାହାତ୍ମ୍ୟକୁ ପ୍ରଚାର ପ୍ରସାର ଦିଗରେ ନାନକଙ୍କ ଭୂମିକା ବେଶ ଯଥାର୍ଥ ଅବଦାନ ଥିଲା ବୋଲି ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସାଇକୋଲୋଜି ବିଭାଗର ପ୍ରଫେସର ଡଃ ଭି. ରାଜେନ୍ଦ୍ର ରାଜୁ, ସାହିତ୍ୟିକ ଆଡଭୋକେଟ ବ୍ରଜ ମୋହନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସୂର୍ଯ୍ୟନାରାୟଣ ଡାକୁଆ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ରାଜେଶ କୁମାର ପଟ୍ଟନାୟକ, ଆରତୀ ପଟ୍ଟନାୟକ, ଶୁଭଶ୍ରୀ ଦାସଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.