ଝାଡେଶ୍ୱର ମନ୍ଦିରରେ ସିଂହ ସଂକ୍ରାନ୍ତି ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଉପଖଣ୍ଡ ସ୍ଥିତ ଝାଡେଶ୍ୱର ମନ୍ଦିର ଠାରେ ସିଂହ ସଂକ୍ରାନ୍ତି ବଡ ଆଡମ୍ବରରେ ପାଳନ ହୋଇଯାଇଛି । ପୂଜା ଅର୍ଚ୍ଚନା କରିଥିଲେ ଗୌର ତ୍ରିପାଠୀ, ଭାଗବତ ପାରାୟଣ ଗୀତ ଗାୟିକା ଶ୍ରୀମତୀ ମନସ୍ଵିନୀ ସାହୁ ଯୋଗ ଦେଇଥିଲେ । ସଙ୍ଗୀତ ପରିବେଷଣ କରିଥିଲେ ଦୟାନନ୍ଦ ସାହୁ, ପ୍ରଭାତ ସାହୁ, ଗ୍ରନ୍ଥ ସାହୁ, କୁମର ସାହୁ । କେଲେଞ୍ଜର ପ୍ରଧାନ ଓ ଧର୍ମପତ୍ନୀ ଶ୍ରୀମତୀ ଉର୍ମିଲା ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ । ପୂଜା କମିଟୀ ସଦସ୍ୟ ଗୋବିନ୍ଦ ପ୍ରଧାନ, ଲବ ହାତୀ, ନରେନ୍ଦ୍ର ଭୋଇ ସହଯୋଗ କରିଥିଲେ ଏବଂ ଶେଷରେ ଉପସ୍ଥିତ ଭକ୍ତଙ୍କ ସମାଗମରେ ଅନ୍ନ ପ୍ରସାଦ ସେବନ କରାଯାଇଥିଲା ।

Leave A Reply

Your email address will not be published.