csstore

ବଲାଙ୍ଗିର ଏକ୍ସନ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଏନ୍‌ଏଚ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି, ବଲାଙ୍ଗିର ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୫ ମସିହାରୁ ବଲାଙ୍ଗିରରେ ବାଇପାସ ପାଇଁ ସରକାରୀ ସ୍ୱୀକୃତି ମିଳିବା ସତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ପାରିନାହିଁ ।

ବାଇପାସ ନଥିବାରୁ ସହର ଭିତରେ ଭାରି ଯାନବାହନ ଚାଲିବା ଯୋଗୁ ଅତୀତରେ ବହୁ ବ୍ୟକ୍ତିଙ୍କ ଜୀବନ ଦୀପ ଗାଡି ଚକା ତଳେ ଲିଭି ଯାଇଛି । ବଲାଙ୍ଗିର ଏକ୍ସନ କମିଟି ୨୦୧୪ ମସିହାରୁ ବାଇପାସକୁ “ବଲାଙ୍ଗିରର ସୁରକ୍ଷା ଚକ୍ର” ନାମରେ ନାମିତ କରି, ବାଇପାସର ତୁରନ୍ତ ନିର୍ମାଣ ପାଇଁ ଅନବରତ ପ୍ରୟାସ କରିଆସୁଛି । ଏହି ସନ୍ଦର୍ଭରେ ଅଭିନବ ଢଙ୍ଗରେ “ଲସଶଷଗ୍ଧ ବଗ୍ଧ ଦ୍ଭସଶଷଗ୍ଧ” ପରି ଆନ୍ଦୋଳନ, ଭାରି ଯାନ ରାତି ୧୨ଟା ପର୍ଯ୍ୟନ୍ତ ସହରରେ ପ୍ରବେଶ ନିଷେଧ ତଥା ବାଇପାସ ପାଇଁ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ଏବଂ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଜାତୀୟ ରାଜପଥର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା ଆଦି ଅନ୍ୟତମ ।

ଆଜିର ଆଲୋଚନାରେ ନିର୍ବାହୀ ଯନ୍ତ୍ରୀଙ୍କୁ କମିଟି ପକ୍ଷରୁ ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ପ୍ରଶ୍ନ ପଚରା ଯାଇଥିଲା ନିର୍ବାହୀ ଅଧିକାରୀ ତାଙ୍କର ପ୍ରତି ଉତ୍ତରରେ ସୂଚନା ଦେଇଥିଲେ ଏହା ତାଙ୍କ ସୂଚନା ଅନୁସାରେ ଜମି ଅଧିଗ୍ରହଣ କାର୍ଯ୍ୟ ୮୨ ପ୍ରତିଶତ ସମ୍ପୂର୍ଣ୍ଣ ହେଇ ସାରିଛି ଖୁବ ଶୀଘ୍ର ବାକି ଥିବା କାର୍ଯ୍ୟ ସମାପନ କରି ବାଇପାସ ତିଆରି ପାଇଁ ଟେଣ୍ଡର ଆସନ୍ତା ତିନି ମାସ ପରେ କରାଯିବ । ଏହା ସହିତ ଆସନ୍ତା ୩ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଲ୍ଲେଖ କରିଥିଲେ । କମିଟି ପକ୍ଷରୁ ଯଥା ସମ୍ଭବ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନାୟକଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଆଗାମୀ ଦିନରେ ସଠିକ ସମୟରେ କାର୍ଯ୍ୟ ସମ୍ପନ୍ନ କରା ନ ଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁଚିତ କରିଦିଆଗଲା । ଏହି ପ୍ରତିନିଧି ମଣ୍ଡଳରେ କମିଟିର ଉପଦେଷ୍ଟା ଇଂ ମଗନଲାଲ ଅଗ୍ରୱାଲ, ଉପସଭାପତି ମୁନା ପଟ୍ଟନାୟକ, ଯୁବ ସଭାପତି ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.