ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଦାବରି ଗାଁରେ ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁର ଟୀକେଶ୍ଵର କୁଅଁର‌ଙ୍କ ପରିବାର ପାଇଁ ତିଆରି ହୋଇଛି ୫ଟି ଶୌଚାଳୟ । ପ୍ରାୟ ତିନି ବର୍ଷ ହେବ ଉକ୍ତ ଲେଟେରିନ ଗୃହ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଗୋଟିଏ ପାଖରେ ପାଞ୍ଚୋଟି ଶୌଚାଳୟ ଗୃହ ନିର୍ମାଣ କରାଯାଇଛି । ତାହା ପୁଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ଟୀକେ‌ଶ୍ୱର କହିଛ‌ନ୍ତି । ଏହି ଶୌଚାଳୟ ଗୃହ ନିର୍ମାଣ କରିଛନ୍ତି ଜଗତ ସିପକା (ଭାଇସ୍ ଚେୟାରମେନ‌ଙ୍କ ସ୍ଵାମୀ) ବୋଲି ଅଭିଯୋଗ ହୋଇଛି । ଗୋଟିଏ ଶୌଚାଳୟ ଗୃହ ନିର୍ମାଣ ପାଇଁ ଟ,୧୨୦୦୦/- ଓ ଏହା ଗୋଟିଏ ପରିବାର ସଦସ୍ୟ ମାନଙ୍କ ପାଇଁ ପାଞ୍ଚୋଟି ଶୌଚାଳୟ ନିର୍ମାଣ କରାଯାଇଛି । ସର୍ବ ମୋଟ ଷାଠିଏ ହଜାର ଟଙ୍କା ଗୋଟିଏ ପରିବାର ପାଇଁ ଖ‌ର୍ଚ୍ଚ କରାଯାଇଛି । ଅଥଚ ସବୁତକ ଶୌଚାଳୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଘର ମୁଖିଆ ଟୀକେଶ୍ଵର କୁଅଁର କହିଛନ୍ତି ଯେ, ଆମ ପରିବାର ପାଇଁ ପାଞ୍ଚୋଟି ଶୌଚାଳୟ ତିଆରି କରାଯାଇଛି, ଯାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଆମକୁ କେବଳ ଗୋଟିଏ ଶୌଚାଳୟ ଠିକ୍‌ ଭାବେ ନିର୍ମାଣ କରି ଦେଇଥିଲେ ଆମ ପରିବାର ଏଥିରୁ ଲାଭ ପାଇଥା‌ନ୍ତା । ସରକାରଙ୍କ ଷାଠିଏ ହଜାର ଟଙ୍କା ଖର୍ଚ୍ଚ କରି କି ଲାଭ ! ଗୋଟିଏ ବି ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ପାରିନାହିିଁ । ତେବେ ସଂପୃ‌କ୍ତ ଅଂଚଳରେ ଏଭଳି ସ୍ଵଚ୍ଛ ଭାରତ ମିଶନ ଯୋଜନାରେ ଅନେକ ହେର୍‌ଫେର୍‌ ହୋଇଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃ‌ଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.