ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହା ଯଦି ଦେଖିବାର ଅଛି ତାହେଲେ ଆସନ୍ତୁ ଯିବା ଖପ୍ରାଖୋଲ ବ୍ଲକ କରୁଁଆଝର୍ ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମକୁ । ଏଠାରେ ରୁହନ୍ତି ୫୫ ବର୍ଷିୟ ବୃଦ୍ଧା ଗୋମତୀ ବାଗ । କୋଡିଏ ବର୍ଷ ଆଗରୁ ତାଙ୍କ ସ୍ୱାମୀ ତାଙ୍କୁ ଏକୁଟିଆ ଛାଡି ଆରପାରିକୁ ଚାଲିଗଲେ । ପାଖରେ ଗୋଟିଏ ମାତ୍ର ପୁଅ । ବହୁତ ଦୁଃଖ କଷ୍ଟ ସହି ପୁଅକୁ ଛୋଟରୁ ବଡ କଲେ ତାର ବିବାହ ମଧ୍ୟ କଲେ । ଏଠାରେ କୈାଣସି କାମଧନ୍ଦା ମିଳୁନଥିବାରୁ ବାଧ୍ୟ ହୋଇ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଦାଦନ ଖଟିବାକୁ ଯାଇଛନ୍ତି ସୂଦୁର ତେଲେଙ୍ଗାନାକୁ । ଘରେ ଏକାକୀ ଗୋମତୀ । କିନ୍ତୁ ସବୁଠାରୁ ବଡ଼ ଦୁଃଖର କଥା ସ୍ୱାମୀ ମୃତ୍ୟୁର କୋଡ଼ିଏ ବର୍ଷ ବିତିଯାଇଥିଲେ ମଧ୍ୟ ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କ ପାଖକୁ ଧାଇଁ ଧାଇଁ ଥକି ଗଲେଣି ତଥାପି କୈାଣସି ଅଧିକାରୀଙ୍କ ଦୃଷ୍ଟି ଗୋମତୀଙ୍କ ଉପରେ ପଡି ପାରିନାହିଁ । ତାଙ୍କ ପରି ଆହୁରି ବହୁତ୍ ଜଣ ବିଧବା ଏହି ଗାଁରେ ରହୁଛନ୍ତି କିନ୍ତୁ ସେମାନଙ୍କୁ ମଧ୍ୟ ଏପର୍ୟ୍ୟନ୍ତ ବିଧବା ଭତ୍ତା ମିଳିନାହିଁ । ଗୋମତୀ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ଏବେତ ମତେ ଭତ୍ତା ଟିଏ କରିଦିଅ ମୋର ମରିବା ସମୟ ଆସିଗଲାଣି କିଛି ଦିନ ସୁଖ ଶାନ୍ତି ରହି ହେଲେ ମରିବୀ, ଜୀବନ ଯାକ କଷ୍ଟ ସହିଛି ଆଉ କଷ୍ଟ ସହିବାକୁ ଶକ୍ତି ନାହିଁ ।