jayashree

ସ୍ୱାଧୀନତା ଦିବସରେ ସମ୍ମାନିତ ହେଲା ଲାୟନ୍ସ କ୍ଲବ ଟିଟିଲାଗଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ତେବେ ବର୍ଷ ବର୍ଷ ଧରି ବିଭିନ୍ନ ସାହାଯ୍ୟ ସହଯୋଗ ବଢ଼ାଇବା ସହ ଯେଉଁଠି ଦରକାର ସେଠାରେ ସେବା କାର୍ଯ୍ୟକରିବା ସଦାବେଳେ ସାହାଯ୍ୟର ହାତ ବଢ଼ାଇଥାଏ । ତେବେ ସ୍ୱାଧୀନତା ଦିବସ ଆୟୋଜକ କମିଟି ପକ୍ଷରୁ ମୁଖ୍ୟ ଅତିଥି ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ହାତରୁ ସମ୍ମାନିତ ହୋଇଛି ଲାୟନ୍ସ କ୍ଲବ । ଏହା ଏକ ସମ୍ମାନ ଯାହା ଆମ ସେବାର ପରିଚୟ ପାଲଟିଗଲା, ୧୫ ଅଗଷ୍ଟ ୨୦୨୬ର ପବିତ୍ର ଦିନଟି ଲାୟନ୍ସ କ୍ଲବ ଟିଟିଲାଗଡର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଗଲା । ପ୍ରଥମ ଥର ପାଇଁ ଆୟୋଜିତ ଗରିମାମୟ ସ୍ୱାଧୀନତା ଦିବସ ସମାରୋହରେ ସମାଜ ହିତରେ କରାଯାଉଥିବା ନିରନ୍ତର ଉତ୍କୃଷ୍ଟ ଓ ନିଃସ୍ୱାର୍ଥ ସେବା କାର୍ଯ୍ୟ ପାଇଁ ଟିଟିଲାଗଡ଼ ପ୍ରଶାସନ ଦ୍ୱାରା ଆମ କ୍ଲବକୁ ସମ୍ମାନିତ କରାଯାଇଛି । ଏହି ଗୌରବମୟ ସମ୍ମାନ ସହରର ବିଭିନ୍ନ ବିଭାଗର ଅଧିକାରୀଙ୍କ ଗରିମାମୟ ଉପସ୍ଥିତିରେ ପ୍ରାପ୍ତ ହେବା ଆମ କ୍ଲବର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ସମ୍ମାନର ବିଷୟ । ଏହି ସମ୍ମାନ ମଞ୍ଚରେ ଉପସ୍ଥିତ କିଛି ସଦସ୍ୟଙ୍କର ନୁହେଁ ଏହା କ୍ଲବର ପ୍ରତ୍ୟେକ ସଦସ୍ୟଙ୍କର, ଯିଏ ସେବାର ଯେକୌଣସି କାର୍ଯ୍ୟରେ ନିଜର ସମୟ, ଶ୍ରମ, ସହଯୋଗ ଓ ସମର୍ପଣ ଦେଇଛନ୍ତି । ଆମର ଛୋଟ-ବଡ଼ ପ୍ରତ୍ୟେକ ସେବା କାର୍ଯ୍ୟ ମିଳିତ ଭାବେ ଆଜି ଆମ କ୍ଲବକୁ ଏହି ଗୌରବମୟ ମଞ୍ଚରେ ପହଞ୍ଚାଇଛି । “ଯେତେବେଳେ ସେବା ନିଃସ୍ୱାର୍ଥ ହୁଏ, ସେତେବେଳେ ସମ୍ମାନ ନିଜେ ଚାଲିଆସେ” । ଆଜିର ଏହି ସମ୍ମାନ ଆମକୁ ଗର୍ବିତ କରିବା ସହିତ ଏକ ନୂତନ ଦାୟିତ୍ୱ ମଧ୍ୟ ଦେଇଛି । ଆହୁରି ଅଧିକ ସେବା କରିବାର, ଆହୁରି ଅଧିକ ଆବଶ୍ୟକତାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବାର ଏବଂ ଲାୟନ୍ସ କ୍ଲବର ନାମକୁ ସେବା କ୍ଷେତ୍ରରେ ଆହୁରି ଉଚ୍ଚତାକୁ ନେଇଯିବ । ଏହି ଐତିହାସିକ ସଫଳତା ପାଇଁ ଆମର ସମଗ୍ର ଲାୟନ୍ସ ଓ ଲିଓ କ୍ଲବ ସଦସ୍ୟଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇବା ସହ ଏହି ସମ୍ମାନ ଆମ ସମସ୍ତଙ୍କର, ଏହି ଗୌରବ ଆମ ସମସ୍ତଙ୍କର ଏବଂ ଏହି ସଫଳତା ଆମର ଏକତା ଓ ସେବା ଭାବନାର ପ୍ରତୀକ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଲାୟନ୍ସ କ୍ଲବ ସଭାପତି ମନିଷ ଗୁପ୍ତା ।

Leave A Reply

Your email address will not be published.