csstore

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୨୦୨୬ ଜୁନ୍ ୧୬ ତାରିଖ ଦିନ ସନ୍ଧ୍ୟା ୪ଟା ୧୦ ସମୟରେ, ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ରାମେଶ୍ୱରପାଲିର ଅନୁରାଗ ବିଶ୍ୱାଳଙ୍କ ପତ୍ନୀ ଚନ୍ଦ୍ରିକା ବିଶ୍ୱାଳ (୩୦)ଙ୍କ ଲିଖିତ ଅଭିଯୋଗ ଅନୁସାରେ ପଞ୍ଜିକୃତ ହୋଇଥିଲା । ୨୦୨୬ ଜୁନ୍ ୧୯ ତାରିଖରେ ମାମଲାର ତଦନ୍ତ ସମୟରେ ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ତେଲୁଗୁ ବସ୍ତିର ଅଭିଯୁକ୍ତ ରୋହିତ ହରିପ୍ପା (୨୫), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଟିମ୍ବର୍ କଲୋନୀ ଏବଂ ବର୍ତ୍ତମାନ ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୨ ଡି/୦୧ରେ ରହୁଥିବା ଅଭିଯୁକ୍ତ ରୋହିତ ମୁଖୀ ଓରଫ୍ ସାନା (୩୨)ବର୍ଷ ଏବଂ ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ଭିଏସ୍ଏସ୍ ପାଲ୍ଲିର ଜନସନ ନାଗ (୨୫)ଙ୍କୁ ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)/୬୧(୨)/୩(୫) ବିଏନଏସ/ ୨୫/୨୭ ଆର୍ମସ ଆକ୍ଟ ଅନୁସାରେ ଗିରଫ କରାଯାଇଛି । ଅନ୍ୟ ଦୁଇ ଅଭିଯୁକ୍ତ ସୁଶାନ୍ତ ଓରଫ୍ ଲଣ୍ଡା ନାୟକ ଏବଂ ଚୁନୁ ଓରଫ୍ ନାରାୟଣ ହରିପ୍ପା ଏବେ ଆର.ଜି.ଏଚ୍. ରାଉରକେଲାରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛନ୍ତି । ଆର.ଜି.ଏଚ୍. ରାଉରକେଲାରୁ ଡିସଚାର୍ଜ ହେବା ପରେ, ସେମାନଙ୍କୁ କୋର୍ଟକୁ ପଠାଯିବ । ପୋଲିସ ପକ୍ଷରୁ ମାମଲାର ତଦନ୍ତ ଜାରି ରଖି, ୨୦୨୬ ଜୁନ୍ ୨୭ ତାରିଖରେ ମାମଲାର ସହ-ଅଭିଯୁକ୍ତ ବିଶୁ ଓରଫ୍ ଉମାକାନ୍ତ ହରିପ୍ପାଙ୍କୁ ଗିରଫ କରାଯାଇଛି ଏବଂ ସେହି ଦିନ କୋର୍ଟରେ ହାଜର କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଉରକେଲା ସେକ୍ଟର-୭ ଅଧିନସ୍ଥ ନାରାୟଣ ପାଲ୍ଲି (ଲଙ୍କାଗଡ଼)ର ବିଶୁ ଓରଫ୍ ଉମାକାନ୍ତ ହରିପ୍ପା (୩୫)। ତାଙ୍କ ନିକଟରୁ ଗୋଟିଏ ଆକ୍ଟିଭା ସ୍କୁଟି ଯାହାର ପଞ୍ଜିକୃତ ନମ୍ବର ଓଡି-୧୪ଏଏଚ୍‌-୬୫୬୧ । ଅଭିଯୁକ୍ତ ବ୍ୟକ୍ତିଙ୍କ ପୂର୍ବର କେସ୍ ରେକର୍ଡ ଯାଞ୍ଚ କରାଯାଉଛି ବୋଲି ରାଉରକେଲା ସେକ୍ଟର-୭ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସେକ୍ଟର-୭ ଥାନାର ମାମଲା ନଂ. ୧୪୫ ତାରିଖ ୧୬/୬/୨୦୨୬ ଦଫା ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)/୩(୫) ବିଏନ୍ଏସ୍ ୟୁ/ଏସ୍. ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)//୬୧(୨)/୩(୫) ବିଏନ୍ଏସ୍/ ୨୫/୨୭ ଆର୍ମସ୍ ଆକ୍ଟକୁ ପରିବର୍ତ୍ତନ କରାଯାଇ ଗିରଫ ତଦନ୍ତ ଜାରି ରହିଛି ।

jayashree
Leave A Reply

Your email address will not be published.