oom

ଗଂଜେଇ ଚାଲାଣ ମାମଲାରେ ଜିଆରପି ଥାନାର ଡ୍ରାଇଭର ଗିରଫ

jsmm

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛ। ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ଧବଳେଶ୍ୱର ସାହୁ ଅନ୍ୟ କର୍ମଚାରୀଙ୍କ ସହ ରେଙ୍ଗାଲି  ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ) ରାମାପଡା  ଛକ  ନିକଟରେ ନାକାବନ୍ଦି କରି ଏକ ବଲେରୋ ଗାଡି ଓଡି-୦୫ ଏପି-୨୭୪୪କୁ ଜବତ କରିଥିଲେ। ଗାଡି ଭିତରେ ୨୧କିଲୋ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିଲା। ଉକ୍ତ ଗାଡିଟି ଝାରସୁଗୁଡା ଜିଆରପି ଥାନାର ବୋଲି ଜଣା ପଡିଥିଲା।  ଗାଡି ଚାଳକ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ପୋଲିସ ଗିରଫ କରିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ନିଜ ଘର ସୁନ୍ଦରଗଡ ଜିଲ୍ଲା ବଣେଇ- ବିଶିପାଲି ପାଖ ତୁରାମୁରା ଗ୍ରାମ ବୋଲି ଜଣାପଡିଛି। ଅଭିଯୁକ୍ତ ପାତ୍ର ଝାରସୁଗୁଡାରେ ସପରିବା ରହି ସେ ଝାରସୁଗୁଡା ଜିଆରପି ଥାନାର ଡ୍ରାଇଭର ଭାବରେ କାର୍ୟ୍ୟ କରୁଥିଲେ।
           ଘଟଣାର ତଦନ୍ତ ଚାଲିଛି। ରେଙ୍ଗାଲି ପୋଲିସ ଥାନା କେଶ ନଂ ୧୫୧ ଏନଡିପିଏସ ଆକ୍ଟରେ କେଶ ରୁଜୁ କରି ଡ୍ରାଇଭର ପାତ୍ରଙ୍କୁ କୋର୍ଟ ଚାଲାଣ କରିଛି।

jittmm
Leave A Reply

Your email address will not be published.