jayashree

ନିଶା ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ମହିଳାମାନେ

ବରଗଡ, (ମୁନ୍ନା ସାହୁ) : ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମର ମହିଳାମାନେ ମଙ୍ଗଳବାର ମଦ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ବେଆଇନ ମଦ ବିକ୍ରି କରାଯାଉଥିବା ବେଳେ ଯୁବପିଢ଼ି ଏବଂ ଗ୍ରାମର ଲୋକମାନେ ନିଶାଗ୍ରସ୍ତ ରହି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି । ପ୍ରତିଦିନ ଗାଳି ଗୁଲଜ ସହ ମାଡ଼ପିଟ ହେଉଥିବା ଅଭିଯୋଗ କରିବା ସହ ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି । ଯାହାକୁ ନେଇ ଗ୍ରାମରେ ନିଶା ବିକ୍ରି ବନ୍ଦ ଦାବି କରାଯାଇଛି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.