p purohi

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଟାଉନ୍‌ରେ ସଟର ଭାଙ୍ଗି ଦୋକାନରୁ ଚୋରି

dr. purohit

କଳାହାଣ୍ଡି, (କେପିଏନ୍‌ଏସ୍‌) : ସଟର ଭାଙ୍ଗି ଦୋକାନରୁ ନଗଦ ୪୦ ହଜାର ଟଙ୍କା ସହ ତିନୋଟି କପ୍ୟୁଟର ଓ କିଛି ଜରୁରୀ ସାମଗ୍ରୀ ଚୋରି ହୋଇଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ମୁକେଶ ସାହୁ।
ମୁକେଶଙ୍କ ଏକ ଜନସେବା କେନ୍ଦ୍ର ରହିଛି। ସବୁ ଦିନ ଭଳି ସେ ଆଜି ସକାଳେ ମଧ୍ୟ ଦୋକାନ ଖୋଲିବା ପାଇ ଆସିଥିଲେ। କିନ୍ତୁ ଦୋକାନ ଘର ସଟର ଭଙ୍ଗା ଅବସ୍ଥା ଦେଖି ତାଙ୍କ ମୁଣ୍ଡ କିଛି କାମ କରିନଥିଲା। ଦୁବୃର୍ତ୍ତମାନେ ନଗଦ ୪୦ହଜାର ଟଙ୍କା ସହ ତିନି କପ୍ୟୁଟର ଏବଂ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଥିବା ସେ ଅଭିଯୋଗ କରିଥିଲେ । ଏସମ୍ପର୍କରେ ଖବର ପାଇ ମ.ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝି କର୍ଲାମୁଣ୍ଡା ଏବଂ ରିଷିଡା ଫାଣ୍ଡି ଅଧିକାରୀ ସଦଳେ ବଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ଆଖପାଖର ସିସିଟିଭି ଫୁଟେଜରୁ ଦେଖି ଏହାର ଆହୁରି ତଦନ୍ତ କଲେ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଲକ୍ ଡାଉନ୍ ସମୟ ଦେଖି ଚୋରମାନେ ଦିନକୁ ଦିନ କର୍ଲାମୁଣ୍ଡା ବ୍ଲକ୍‌ ତଥା ମ.ରାମପୁର ବ୍ଳକ ଅଞ୍ଚଳରେ ଚୋରି ଡକାୟତି ଚାଲିଥିବାରୁ ପୋଲିସ ନାଇଟ୍ ପେଟ୍ରୋଲିଂ କରିବା ପାଇ ସାଧାରଣରେ ଦାବୀ ହେଉଛି।

nrusinghnath
Leave A Reply

Your email address will not be published.