ରାଉରକେଲା, (ସସ୍ମିତା ପ୍ରଧାନ) : ଲେଖିକା ସଂସଦ ରାଉରକେଲା ତରଫରୁ ମହିଳା ଦିବସ ଓ ବସନ୍ତ କବିତା ଆସର ଛେଣ୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସୁରକ୍ଷିତ ଦିଗ, ଆତ୍ମନିର୍ଭରଶୀଳ, ଆତ୍ମସଚେତନତା ଓ ସେମାନଙ୍କ ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ଡ. କିଶୋରୀ ଦାଶ, ମଞ୍ଜୁଳା ରଥ, ବବିତା ମହାପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ, ବିଜୟିନୀ ଜେନା, ସୁଚିତ୍ରା ଲେଙ୍କା, ସୁମିତ୍ରା ବାରିକ, ମମତା ଜେନା, ସୁମିତ୍ରା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହା ସହ ଏକ ମନୋଜ୍ଞ କବିତା ଆସରରେ ଉଷାରାଣୀ ଶତପଥୀ ଓ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ସଭ୍ୟା ବସନ୍ତ ସମ୍ପର୍କିତ କବିତା ପାଠ କରିଥିଲେ । ନିନାରାଣୀ ଜେନା, ଜୟନ୍ତୀ ସାବତ, ପୁଷ୍ପାଞ୍ଜଳି ସାହୁ, ଅଙ୍କିତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଧାରଣ ସମ୍ପାଦିକା ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post