ବରଗଡ, (ମୁନ୍ନା ସାହୁ) : ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ । ବରପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ବରଗଡ଼ ଜିଲ୍ଲା ବରପାଲିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର କ୍ଲର୍କ-କମ-ଆକାଉଣ୍ଟାଣ୍ଟ ରଜନୀ କାନ୍ତ କର ତାଙ୍କ କାର୍ଯ୍ୟାଳୟର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇଙ୍କ ବକେୟା ଦରମା ଓ ବିଲ୍ ପ୍ରସ୍ତୁତ କରିବା ପାଇଁ ୧୦ ହଜାର ଟଙ୍କା ଡିମାଣ୍ଡ କରିଥିବା ବେଳେ ଆକାଉଣ୍ଟାଣ୍ଟ ୬,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ରଜନୀକାନ୍ତ କର ତାଙ୍କଠାରୁ ବକେୟା ଦରମା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇଙ୍କ କହିବା ଅନୁସାରେ ଆଗରୁ ୪ ହଜାର ଟଙ୍କା ଆକାଉଣ୍ଟାଣ୍ଟ ଶ୍ରୀ କର ନେଇ ଥିବା ବେଳେ ଆଉ ୬ ହଜାର ଟଙ୍କା ଶ୍ରୀ କର ଦାବି କରିଥିବାରୁ ଏହି ମାମଲାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନ କୁମାର ଭୋଇ କ୍ଷୁବ୍ଧ ହୋଇ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହି ଘଟଣାକୁ ନେଇ ଓଡ଼ିଶା ଭିଜିଲାନ୍ସର ବଲାଙ୍ଗିର ଡି ଏସ ପି ପୁଲସ୍ତି ଛତ୍ରିଆ, ବରଗଡ ଡି ଏସ ପି ସୁଷମା ତିର୍କୀ, ବରଗଡ ଇନ୍ସପେକ୍ଟର ତୁଷାର କାନ୍ତ ମହାପାତ୍ର, ସମ୍ବଲପୁର ଇନ୍ସପେକ୍ଟର ସୁକାନ୍ତ ପଧାନ, ଦିଲୀପ ପ୍ରଧାନ ଏକ ଦଳ ଶ୍ରୀ କରଙ୍କୁ ଅଧିକାରୀଙ୍କ ଠାରୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛନ୍ତି । ଅଭିଯୁକ୍ତ ଶ୍ରୀ କରଙ୍କ କବଜାରୁ ସମ୍ପୂର୍ଣ୍ଣ ଦାଗୀ ଲାଞ୍ଚ ଟଙ୍କା ୬,୦୦୦ ଉଦ୍ଧାର କରାଯାଇ ଜବତ କରାଯାଇଛି ।
Next Post