oom

କଳିକେଶ ଓ ଅର୍କେଶଙ୍କୁ ଦେଖା କଲେ ବୁଡି ଅଂଚଳବାସୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଶୈଲଶ୍ରୀ ପେଲେସ ଠାରେ ଲୋୟର ସୁକତେଲ ବୁଡ଼ିଅଂଚଳର ପ୍ରାୟ ୧୦ଟି ଗ୍ରାମବାସୀ ଆସି ଦେଖା କରଛନ୍ତି । ବିଗତ ଦଶନ୍ଧି ଧରି ଚାଲିଥିବା ଲୋୟର ସୁକତେଲ ପ୍ରକଳ୍ପ ହଠାତ ଗତ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି । ଏହି ସମୟରେ ନା’ ସରକାର ଲକ୍ଷ୍ୟ ସାଧନ କରିପାରିଛି, ନା’ କ୍ଷତିଗ୍ରସ୍ତ ଗ୍ରାମବାସୀ ତାଙ୍କର ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇ ପାରିଛନ୍ତି । ପୁଣି ବିସ୍ଥାପନ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି । ଗ୍ରାମାବସୀମାନେ ଜଣେ ଜଣେ କରି ସେମାନଙ୍କର ଅସୁବିଧା ସଂପର୍କରେ ଜଣାଇଥିଲେ । ତେବେ କଳିକେଶ ନାରାୟଣ ସିଂହଦେଓ ଏ ସବୁର ଏକ ସାରଣୀ ତିଆରି କରି ତାଙ୍କ ପାଖରେ ଦାଖଲ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ଦଶନ୍ଧି ଯାକ ଉଭୟ ସରକାର ଓ ବିରୋଧୀ ଦଳ ନିଜ ନିଜ ଭିତରେ ଦୋଷ ଲଦାଲଦି ହେଉଥିବା ବେଳେ ବଲାଙ୍ଗିର ମାଟି ପାଣି ଅଭାବରୁ ତରସୁଛି ।
ନୂଆଁଖାଇ ଉପଲକ୍ଷେ ଆସିଥିବା ଉଭୟ ଯୁବନେତା ଲୋୟର ସୁକ୍‌ତେଲ୍‌ ପ୍ରସଂଗକୁ ଗୁରୁତ୍ୱାରୋପ କରିବା ସହ ବଡ ଭାଇ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏ ବିଷୟରେ ସିଧା ସିଧା ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ । ତା’ସହ ଲୋୟର ସୁକତେଲ ପ୍ରକଳ୍ପର ମନ୍ଥର ଗତି ପାଇଁ ସ୍ଥାନୀୟ ରାଜନେତା ତଥା ପ୍ରଶାସନର ଉଦାସୀନାତାକୁ ଦାୟୀ କରିଥିଲେ । ଲୋୟର ସୁକତେଲ ପ୍ରକଳ୍ପର ମନ୍ଥର ଗତି ପାଇଁ ଅନେକ ବିଷୟ ଦାୟୀ ଥିବା ବେଳେ ଆଜି କଳିକେଶ ଏ ବିଷୟରେ ଖୋଦ୍‌ ବୁଡି ଅଂଚଳବାସୀଙ୍କ ମତାମତ ଲୋଡିଥିଲେ । ଏହି ସଭାରେ ପରଧିଆପାଲି, କୋଇଣ୍ଡାପାଲି, ଖୁଟପାଲି, ଚୁଡାପାଲି, କୁଟେନ୍‌ସିଲେଟ, ତେଲେନପାଲି, କଂକରା, କଖାଲ, ଗର୍ଜନ, ଖଗସାବାହଲର ଅନେକ କ୍ଷତିଗ୍ରସ୍ତ ବ୍ୟକ୍ତି ଏ ବିଷୟରେ ନିଜର ସବିଶେଷ ମତାମତ ଉତ୍‌ଥାପନ କରିଥିଲେ । ଶ୍ରୀ ସିଂହଦେଓ ଏ ସବୁ ମତାମତକୁ ଧ୍ୟାନର ସହିତ ଶୁଣିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଦାବୀକୁ ଗୁରୁତ୍ୱର ସହ ଗ୍ରହଣ କରି ଏହାର ଏକ ଡିମାଣ୍ଡ ଡ୍ରାଫ୍ଟ ତିଆରି କରିବା ପାଇଁ କହିଥିଲେ, ଯାହକୁ ସେ ଆଗାମୀ ଦିନରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ଲୋୟର ସୁକତେଲ ବୁଡିଅଂଚଳରେ ମତଭେଦକୁ ସମୂଳେ ଦୂର କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ । ଫଳରେ ପ୍ରକଳ୍ପ କାମ ଅବାଧ ଓ ଦ୍ରୁତ ଗତିରେ ସମ୍ପୁର୍ଣ୍ଣ ହେବା ସହ ମାଟି ଓ ଚାଷୀକୁ ପାଣି ଯୋଗାଇ ଏହି ଅଂଚଳର ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଆଜିର ଏହି ସଭାରେ କଳିକେଶ ଓ ଅର୍କେଶଙ୍କ ସମେତ ବିଜୁ ଜନତା ଦଳ ପକ୍ଷରୁ ପ୍ରଦୀପ ଗୁରୁ, ଅଶୋକ ମହାନ୍ତି, କୁଳମଣି ମେହେର, ରାଜେନ୍ଦ୍ର ହୋତା, ପ୍ରଦ୍ୟୁମ୍ନ ହୋତା, ଅଶିର୍ବାଦ ସାହୁ ଓ ଅଗ୍ରଗାମୀ ସଂଘର ସଭାପତି ଉପେନ୍ଦ୍ର ସାହୁ ତଥା ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.