ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଓଡିଶା ବ୍ରାହ୍ମଣ ମହାସଭା ଦ୍ୱାରା ଅନୁବନ୍ଧିତ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ମାସିକ ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର କାର୍ଯ୍ୟାଳୟରେ ମହାସଭାର କାର୍ଯ୍ୟକାରୀ ପରିଷଦର ବୈଠକ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ସହିତ ବିଭିନ୍ନ ସମସ୍ୟା ଓ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଗଠନ ହୋଇଥିବା ସ୍ମରଣିକା କମିଟିର କେତେକ ତୃଟିକୁ ସଂଶୋଧନ କରାଯାଇ ଅଭିଜ୍ଞ, ବିଦ୍ୟାନ, ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ ମୁଦ୍ରଣ ଓ ପ୍ରକାଶନ କରିବା ପାଇଁ ବୈଠକ ନିଷ୍ପତ୍ତି ନେବା ସଙ୍ଗେ ସଙ୍ଗେ ଆସନ୍ତା ତା.୧୬.୦୩.୨୦୨୬ (ସୋମବାର) ଚୈତ୍ର ଶୁକ୍ଳପକ୍ଷ ଦ୍ୱାଦଶୀ ଗତେ ତ୍ରୟୋଦଶୀ ତିଥିରେ ଗରିବ ବ୍ରାହ୍ମଣ ସନ୍ତାନମାନଙ୍କୁ ସାମୁହିକ ନିଶୁଳ୍କ ପ୍ରତୋପୟନ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ କରିବା ପାଇଁ ସ୍ଥିରୀକୃତ ହୋଇଅଛି । ଏଥି ପାଇଁ ନିର୍ଦ୍ଦିଷ୍ଟ ଫର୍ମ ସଂପାଦକଙ୍କ ଫୋନ ନଂ.୯୪୩୭୨୪୧୭୩୨ କୁ ଯୋଗାଯୋଗ କରି ସଂଗ୍ରହ କରିପାରିବେ । ଏତଦ୍ ବ୍ୟତିତ ସ୍ଥଗିତ ଥିବା ସହରାଂଚଳ ସାଂଗଠନିକ ଅଭିଯାନ ପୂର୍ବପରି ଚାଲିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳକୁ ସଂପ୍ରସାରଣ କରାଯିବା ସହିତ ଧାର୍ମିକ, ଅଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମମାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସନାତନ ଧର୍ମର ମର୍ଯ୍ୟାଦା ଉପରେ ଓ ହିନ୍ଦୁତ୍ୱ ଉପରେ ଯେଉଁ ଅତ୍ୟାଚାର ହେଉଛି ତାହାକୁ ସୁରକ୍ଷା ଦେବା ପାଇଁ ପର୍ଶୁରାମ ଓ ନାରୀ ଶକ୍ତି ବାହିନୀକୁ ଶସସ୍ତ୍ର ଓ ସୁଦୃଢ କରିବା ପାଇଁ ସର୍ବ ସମ୍ମତିକ୍ରମେ ସିଦ୍ଧାନ୍ତ ନିଆଯାଇଛି । ଉପରୋକ୍ତ ବୈଠକରେ ବହୁ ସଂଖ୍ୟାରେ କର୍ମକର୍ତ୍ତା, ସଦସ୍ୟ /ସଦସ୍ୟା ଉପସ୍ଥିତ ଥିଲେ ।
Prev Post
Next Post