ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆବର୍ଷରେ ଅଫିସକୁ ଫୁଲତୋଡ଼ା ଆଣିବା ମନା କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ କରାଯାଇଛି । ନୂଆବର୍ଷରେ ଗଞ୍ଜାମ ଜିଲ୍ଲାର କୌଣସି ଅଫିସକୁ ଫୁଲତୋଡ଼ା ଆଣିବା ମନା ହୋଇଛି । ଚଳିତ ନୂଆବର୍ଷ ଠାରୁ ପ୍ଲାଷ୍ଟିକ ଦ୍ରବ୍ୟ, ଜିନିଷ, ଉପହାର ଆଦି ସମ୍ପୂର୍ଣ୍ଣ ବର୍ଜନ ହେବ । ଏହାରି ଉପରେ ସଂପୂର୍ଣ୍ଣ ରୋକ୍ ଲାଗିବ ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ଏଥିପାଇଁ ମାର୍ଗଦର୍ଶିକା ଜାରୀ କଲେ ଗଞ୍ଜାମ ଜିଲ୍ଲାପାଳ । ‘ଧରିତ୍ରୀ ମା’ଙ୍କ ପାଇଁ ପ୍ରତିଜ୍ଞା’ରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଲେ ଜିଲ୍ଲାପାଳ । ସେହି ଦିନ ଠାରୁ କେବେ ବି ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଆହ୍ଵାନ ଦେଇଛନ୍ତି । ଏ ଦିଗରେ ସହଯୋଗ କରିବେ ବୋଲି କୁହାଯାଇଛି ।
Prev Post