jayashree

ସଂଗୀତ ନିଶାରେ ମସ୍‌ଗୁଲ୍‌ ପ୍ରିୟଦର୍ଶିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଣିଷ ଜନ୍ମ ହେବା ପରେ ଅନେକ ସ୍ୱପ୍ନ ଦେଖିଥାଏ । ବଡ଼ ହେଲେ କିଏ ଡାକ୍ତର ହେବି ତ କିଏ ଇଂଜିନିୟରି ହେବି କୁହନ୍ତି । ହେଲେ ଜଣେ ଏଭଳି ଜଣେ ନାରୀ କଥା ଆମେ କହୁଛୁ, ଯିଏକି ନିଶା ଭାବରେ ସଙ୍ଗୀତକୁ ଆଦରି ନେଇଛନ୍ତି । କିନ୍ତୁ ସେ ଜଣେ ପେସାରେ ଶିକ୍ଷୟତ୍ରୀ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋପବନ୍ଧୁପଡାର ପ୍ରିୟଦର୍ଶିନୀ ସାହୁ । ରବି ନାରାୟଣ ସାହୁ ଓ ଲିଲି ସାହୁଙ୍କ ଝିଅ । ସେ ଜଣେ ଶିକ୍ଷୟତ୍ରୀ ଭାବରେ ସ୍ଥାନୀୟ ବିବିନା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ୟ୍ୟ କରୁଛନ୍ତି । ତାଙ୍କ କହିବା ଅନୁଯାୟୀ ଯଦିଓ ପିଲାଦିନୁ ବାପା, ମା’ଙ୍କଠାରୁ ସଙ୍ଗୀତ କ୍ଷେତ୍ରରେ ପ୍ରୋସାହନ ମିଳିଥିଲା, ସ୍କୁଲର ସଙ୍ଗୀତ ଶିକ୍ଷକଙ୍କ ଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ପ୍ରଶିକ୍ଷଣ ନେଇଥିଲେ । ୬ ବର୍ଷର ସ୍କୁଲ କ୍ୟାରିୟର ମଧ୍ୟରୁ ୪ବର୍ଷ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେବାକୁ ସୁଯୋଗ ମିଳିଥିଲା । ଅନେକ ଦିନ ପରେ ରିୟଲିଟି ସୋ ଓ ଅନେକ ଜାତୀୟ ଲୋକକଳା ପ୍ରଦର୍ଶନୀରେ ଲୋକଗୀତ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସଇଁନ୍ତଲାର ପ୍ରିୟଦର୍ଶନୀ ସାହୁ । ତେବେ ଚଳିତ ବର୍ଷ କରୋନା ସମୟରେ ସଚେତନତାଧର୍ମୀ ଗୀତ ଗାଇ ବେଶ ଚର୍ଚ୍ଚିତ ହୋଇଥିଲେ ଏବଂଏକ ଦୈନିକ ଖବରକାଗଜରେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା । ତେବେ ବେଲପଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ତତ୍କାଳୀନ ଅଧ୍ୟକ୍ଷ ଡ଼.ମନୋଜ ଦାସ, ସଙ୍ଗୀତ ପ୍ରଶିକ୍ଷକ ପୁଷ୍ପାଞ୍ଜଳି ମହାପାତ୍ର ଓ ସୀମ ମରଗଡେଙ୍କ ଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିକ୍ଷା କରିଥିଲେ । ୨୦୦୨ମସିହା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ମଧ୍ୟପ୍ରଦେଶର ଭୋପାଳ ଠାରେ ଆୟୋଜିତ ସ୍କୁଲ ସ୍ତରୀୟ ଆଞ୍ଚଳିକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ପରେ ୨୦୧୪ ମସିହାରେ ପୁନଃ ଭୋପାଳଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସ୍ନାତକୋତର ଡ଼ିଗ୍ରୀ ହାସଲ କରିବା ପାଇଁ ଚାଲିଗଲେ । ଶେଷରେ ୨୦୧୩ ମସିହାରେ ପୁଣି ସଙ୍ଗୀତ କ୍ଷେତ୍ରକୁ ଫେରିଲେ ।ତେଣୁ ସେ ସମ୍ବଲପୁରୀର ରସରକେଲି, ଡାଲଖାଇ, ମାଏଲାଜଡ଼ ଭଳି ସେ ଅନେକ ଗୀତ ଗାଇଛନ୍ତି । ୨୦୧୩ ମସିହାରେ ସେ ତରଙ୍ଗ ଚ୍ୟାନେଲରେ ପ୍ରଦର୍ଶିତ ରିୟଲିଟି ସୋ ଭଏସ ଅଫ ଓଡ଼ିଶାରେ ଗାଇଥିଲେ। ଏହାପରେ ସେ ପାଣିନୀପ୍ରାଜ୍ଞ ପ୍ରଡ୍ସସନ ଶରାବନର ଝରିବରସା, ଜାଏତ ଭିନ ଭିନ ରକତ ଏଭଳି ଅନେକ ଆଲବମରେ କଣ୍ଠ ଦାନ କରିଛନ୍ତି । ଶେଷରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ଓଡ଼ିଶାର ବିଭିନ୍ନ ରାଜ୍ୟସ୍ତରୀୟ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିୟାଣା ଆୟୋଜିତ କାର୍ୟ୍ୟକ୍ରମରେ ଲୋକ ସଙ୍ଗୀତ ଗାଇଛନ୍ତି । ଏଥିରେ ତାଙ୍କ ସ୍ୱାମୀ ଘନଶ୍ୟାମ ଦଣ୍ଡସେନା ବେଶ ସହଯୋଗ କରିଥିବାରୁ ଆଗକୁ ଆହୁରି ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଉତ୍ସାହିତ ଲାଗୁଛି ବୋଲି ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.