
ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି ଏବଂ ୨ଟି ମୋଟର ସାଇକେଲ ଜବତ କରାଯାଇଛି । ଏଥିସହିତ ମୋଟ ୫ଟି ମାମଲା ରୁଜୁ କରାଯିବା ସହ ୫ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କର ନାମ ହେଲା ସୁଖଲାଲ କେରକେର୍ଟା, ବିକାଶ ଅଗ୍ରୱାଲ, ମନୋଜ କୁମ୍ଭାର, ରାକେଶ ମାଝୀ, ମଧୁ ଟପ୍ପୋ । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ ନାୟକ, ଓଆଇସି ଆକାଶ ସାହୁ ,ଏସଆଇ ଅଜୟ ପ୍ରଧାନ, ଏସଆଇ ରୋହିତ ଦଣ୍ଡସେନା, ଏଏସଆଇ ବିଦୂତ ଭୂଷଣ ଦାସ, ଏଏସଆଇ ଯେମାମଣୀ କିସାନ, ଷ୍ଟାଫ ସୌମ୍ୟରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ହେମମଞ୍ଜରୀ ବିଶ୍ୱାଳ, ଅମର ରଞ୍ଜନ ମହାରଣା, ସୀମା କେରକେଟା, ସୁକାନ୍ତ ଅମାତ, ନବୀନ ଭୁୟାଁ, ନିରଞ୍ଜନ ରାଉତ, ପ୍ରଦୀପ ଲୁଗାନ, ବବୁଲ କୁମାର ସ୍ୱାଇଁ, ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।