ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଆୟୋଜିତ ହୋଇଯାଇଛିଫ ମୁଖ୍ୟ ଅତିଥି ଭାବେ ଆଗଲପୁର ବିଇଓ ଶ୍ୟାମ ମେହେର ଯୋଗଦେଇ ଥିବା ବେଳେ ସାଧନକେନ୍ଦ୍ର ସଂଯୋଜକ ଦେବାଶିଷ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ରେଙ୍ଗାଲି ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ଅନ୍ତର୍ଗତ ସାତଟି ପ୍ରାଥମିକ ବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀରେ ପଢୁଥିବା ପ୍ରାୟ ୭୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି । ଗଳ୍ପ କଥନ, ଚିତ୍ରାଙ୍କନ, ଗଣଦୌଡ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବା ସଂଗେ ସଂଗେ ମେଳାରେ ଚାରୋଟି ଶିକ୍ଷଣ କେନ୍ଦ୍ର ଯଥା ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ, ସୃଜନାତ୍ମକ କ୍ରିୟାକଳାପ ଷ୍ଟଲ ଓ ମତାମତ ଷ୍ଟଲ ମାନ ଖୋଲାଯାଇଥିଲା । ସୁନ୍ଦର ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିବା ବିଦ୍ୟାଳୟ ମାନଙ୍କୁ ପୁରସ୍କୃତ କରାଯାଇଥିବା ସୂଚନାରୁ ପ୍ରକାଶ । ନିମନ୍ତ୍ରିତ ଅତିଥି ଭାବେ ସିଆର୍ସିସି ରମେଶ ତ୍ରିପାଠୀ, ସନୋଜ କୁମ୍ଭାର, ବିବେକା ସାହୁ, ସୁଦୀପ୍ତ ପଧାନ, ସରୋଜିନୀ ନନ୍ଦ, ସୁମନ୍ତ ସୁନା, ଶମ୍ଭୁନାଥ ଧଳ, ଶିକ୍ଷକ ଅଞ୍ଚଳ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଅଶ୍ୱିନୀ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ କମିଟିର ମନୋଜ କୁମାର ସାହୁ ସାଜସଜ୍ଜାରେ ସହଯୋଗ କରିଥିଲେ । କୁଞ୍ଜବିହାରୀ ବେହେରା, ସ୍ୱରାଜ କ୍ରିଷ୍ଣାପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।