oom

କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ଶାଖା ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । କର୍ମଚାରୀ ନେତା ସୁଜିତ କୁମାର ନାୟକଙ୍କ ପ୍ରତି ଅନ୍ୟାୟ ଉତ୍ପୀଡନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ସ୍ମାରକପତ୍ର ଦିଆଯାଇଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ବିଷୟରେ ବ୍ୟକ୍ତିଗତ ଭାବରେ ସଂଘ ମାଧ୍ୟମରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘଙ୍କ ଆହ୍ନାନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ଏନେଇ ଦାବୀ କରାଯାଇଛି ଯେ’ ସୁଜିତ କୁମାର ନାୟକଙ୍କୁ ଦୁରନ୍ତ ୩୦ ମାସର ଦରମା ଦିଆଯିବା ସାଂଗକୁ ଓ ତାଙ୍କ ବିରୁଦ୍ଧରେ ହୋଇଥିବା କପୋଳକଳ୍ପିତ ତଥା ଆକ୍ରୋଶ ମୂଳକ ଉଦ୍ଦେଶ୍ୟ ରଖି ପ୍ରଣୋଦିତ ଓ ମିଥ୍ୟା ଅଭିଯୋଗ ବିଭାଗୀୟ କାର୍ଯ୍ୟାଳୟକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମଗ୍ର ରାଜ୍ୟରେ ଶ୍ରୀ ନାୟକଙ୍କ ଘଟଣା ପ୍ରତି ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ସରକାରୀ କର୍ମଚାରୀ ସମନ୍ୱୟ ସମିତି ଜିଲ୍ଲା ନେତୃତ୍ୱଧାରୀ ପଦ୍ମଚରଣ ପାଢ଼ୀ, ହରି ମୋହନ ଶତପଥୀ, ପ୍ରଦୀପ କୁମାର ସିଂ, ପ୍ରଭାକର ପାଣିଗ୍ରାହୀ, ସିମାଞ୍ଚଳ ପଣ୍ଡା, ସଂଗ୍ରାମ ସମିତିର ନେତା କାଳୁଚରଣ ଗୌଡ଼ ପ୍ରମୁଖ ଶତାଧିକ କର୍ମଚାରୀ ଗହଣରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଉକ୍ତ ଘଟଣାର ବିଚାର ତଥା ଅନୁସନ୍ଧାନ କରି ତୁରନ୍ତ ସମାଧାନ କରା ନଯାଏ, ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.