csstore

ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସମସ୍ୟା ଜଣାଇଲେ ବିଜେପି ଯୁବନେତା ପ୍ରିତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସେବା ଭବନ ଠାରେ ରାଜ୍ୟ କ୍ରୀଡା ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରୀତେଶ ବହିଦାର ଭେଟି ପଦ୍ମପୁର ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କ୍ରୀଡ଼ା ଓ ଶିକ୍ଷା ସମସ୍ୟା ଅବଗତ କରିଛନ୍ତି । ପଦ୍ମପୁରର ସର୍ବପୁରାତନ ଅଞ୍ଚଳ ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିବା ସହ, କ୍ରୀଡ଼ା, କଳା ଓ ସଂସ୍କୃତିର ମାଟି ବୋଡ଼ାସମ୍ବର ଅଞ୍ଚଳରେ କଳା ଏବଂ କଳାକାରଙ୍କୁ ପ୍ରୋତ୍ସାହନ ଓ ବିକାଶ ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା କରିବା ସହ ଅଞ୍ଚଳକୁ ବିଭିନ୍ନ ସମୟରେ ଗୌରବାନ୍ୱିତ କରିଥିବା ବହୁ ଖେଳାଳି ବାହାରିଛନ୍ତି । ଏଣୁ ଆଗକୁ ମଧ୍ୟ କ୍ରୀଡ଼ାବିତ ଓ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅତ୍ୟାଧୁନିକ ଷ୍ଟାଡିୟମର ନିର୍ମାଣ ପାଇଁ ମଧ୍ୟ ଆଲୋଚନା କରିଛନ୍ତି । ପଦ୍ମପୁର ଅଂଚଳ ଶିକ୍ଷା, କ୍ରୀଡ଼ା ସଂସ୍କୃତି କ୍ଷେତରେ ଦୀର୍ଘ ୨୫ ବର୍ଷ ଭିତରେ ବହୁ ପଛେଇ ଯାଇଛି ଯାହା ବର୍ତ୍ତମାନ ସମୟରେ ବିକାଶ ଆଶା କରାଯାଇ ପାରେ ଓ ଏହା ଭାରତୀୟ ଜନତା ପାର୍ଟି ଦ୍ୱାରା ଗଠିତ ସରକାରଙ୍କ ଠାରୁ ଆଶା କରା ଯାଇପାରେ ଯାହାକୁ ପଦ୍ମପୁର ଅଞ୍ଚଳବାସୀ ଆଶା କରୁଛନ୍ତି ବୋଲି ଯୁବନେତା ପ୍ରୀତେଶ ବହିଦାର ପୁରୀ କାର୍ଯ୍ୟକାରିଣୀ ସମାବେଶରେ ଅଂଶ ଗ୍ରହଣ କରି ଫେରିବା ସମୟରେ ଉଚ୍ଚଶିକ୍ଷା ତଥା କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି କହିବା ସହ ପଦ୍ମପୁର ଅଞ୍ଚଳର ସମସ୍ୟା ଅବଗତ କରିଛନ୍ତି ।

jayashree
Leave A Reply

Your email address will not be published.