ଓଷ୍ଟା ତରଫରୁ ନୂତନ ବିଧାୟକ କଳିକେଶଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ବଲାଙ୍ଗିର ଓଷ୍ଟା ଶିକ୍ଷକ ମାନଙ୍କ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଧାୟକଙ୍କ ସହିତ ଓଷ୍ଟା ତରଫରୁ ଶିକ୍ଷା ଓ ଶିକ୍ଷୟତନର ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା ସହ ସମ୍ପାଦକ ଅନୀଲ ସାହୁ, ବ୍ଲକ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର, ରାଜ୍ୟ ଓଷ୍ଠା ଉପସଭାପତି ସୁଧୀର କୁମାର ନାଏକ, ଓଷ୍ଠା ପ୍ରେମୀ କୃଷ୍ଣଚନ୍ଦ୍ର ମିଶ୍ର ଓ ଅରବିନ୍ଦ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!