ବିବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକୁ ଆସିବେ ମା’ ଆଦିଶକ୍ତି ଓ ଦେବ ଦେବ ମହାଦେବ । ବେଦୀରେ ବସିବେ । ମଙ୍ଗଳ ବାଜା ବାଜିବ । ବରବେଶରେ ସଜେଇ ହୋଇ ମାଆ ପାର୍ବତୀଙ୍କୁ ନେବାକୁ ଆସିବେ ଦେବ ଦେବ ମହାଦେବ । ଯିଏ ଏ ସାରା ଜଗତର ସୃଷ୍ଟି କର୍ତ୍ତା ସେମାନଙ୍କୁ ଆଜି ପୁଅ ଝିଅ ରୂପେ ପାଇ ବେଶ ଖୁସି କର୍ତ୍ତା ଓ ତାଙ୍କର ପରିବାର । ୩୬ତମ ବିବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ବର ପିତାମାତା ରୂପେ ଦାୟିତ୍ଵ ପାଇଛନ୍ତି ବଲାଙ୍ଗିର ସହର ରାଧାରାଣୀ ପଡା ନିବାସୀ ଗୁପ୍ତେଶ୍ୱର ପୃଷ୍ଟି ଓ ଅଞ୍ଜୁ ପୃଷ୍ଟି । ସେହିଭଳି କନ୍ୟା ପିତାମାତା ଭାବରେ ଟିକ୍ରାପଡା ନିବାସୀ ସାଧନା ଦାସ ଓ ଅଶୋକ ଦାସ ଦାୟିତ୍ଵ ପାଇଛନ୍ତି । ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଠାରେ ଦେବ ନିମନ୍ତ୍ରଣ ପରେ ଗୋପେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ କର୍ତ୍ତା ସୁଗୃହକୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୌର ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । କନ୍ୟା ପିତାମାତା ଭାବରେ ମା’ ଜଗତ ଜନନୀଙ୍କୁ ସ୍ଵାଗତ କରିବା ପାଇଁ ପୃଷ୍ଟି ପରିବାରର ବାସଭବନ ସଜେଇ ହୋଇଛି । ଅତିଥି ପରିଜନ ଘରେ ପହଞ୍ଚି ସାରିଲେଣି । ଅପେକ୍ଷା କରିଛନ୍ତି କେବେ ମା’ ପାର୍ବତୀ ଆସିବେ ଓ ମାଆଙ୍କୁ ବଧୂ ବେଶରେ ସଜେଇ ତାଙ୍କର ବାହାଘର କରିବାର ସୁଯୋଗ ମିଳିବ । ଭକ୍ତ ଭଗବାନଙ୍କ ଏହି ପରମ୍ପରା ଶୀତଳ ଷଷ୍ଠୀ ପର୍ବଙ୍କୁ ଅନ୍ୟ ପର୍ବ ପର୍ବାଣୀଠାରୁ ସ୍ୱତନ୍ତ୍ର କରିଥାଏ । ତେବେ ମା’ଙ୍କର ଆଗମନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଯାଇଛି ।

Leave A Reply

Your email address will not be published.