oom

ନିଷାନ୍ କୁଟୁମ୍‌ର ‘ନାରୀ ଘରର୍ ଶିରୀ’ ଶୀର୍ଷକ କବିତା ଆସର ଅନୁଷ୍ଠିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ‘ନାରୀ ଘରର୍ ଶିରୀ’ ଶୀର୍ଷକ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥିରୂପେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ନାକଟି ଦେଉଳ ଯୁକ୍ତ ତିନି ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଡ. ଆର୍. ପୁଷ୍ପାଞ୍ଜଳି ଯୋଗଦେଇ ନାରୀର ଉନ୍ନତିରେ ଦେଶର ପ୍ରଗତି ନିର୍ଭର କରେ ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟା କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ନାରୀ ହିଁ ସମାଜର ମେରୁଦଣ୍ଡ ବୋଲି ମନ୍ତବ୍ୟ ଦେଇଥିଲେ । ନୂଆପଡା ଜିଲ୍ଲାର ସୁସାହିତ୍ୟିକା କବୟିତ୍ରୀ ମୀରାବାଈ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ବାସ୍ତବରେ ଘରର ଓ ଦେଶର ଶିରୀ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଭାଷା ସାହିତ୍ୟର ପ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଶୋଭାଙ୍ଗୀ ସୁକନ୍ୟା ତ୍ରିପାଠୀ ଆବାହନୀ ସଂଗୀତ ଗାନ କରିଥିବା ବେଳେ ଶେଷରେ ନିଷାନ୍‌ର ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଗୁଜୁରାଟ୍ ରାଜ୍ୟର ରାଜକୋଟର ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଷାନ୍ କୁଟୁମ୍ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀଙ୍କ ସୁନ୍ଦର ସଂଯୋଜନାରେ ‘ନାରୀ ଘରର୍ ଶିରୀ’ ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, ଗଜପତି ଓ ସମ୍ବଲପୁର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ନିଷାନ୍‌ର ଉପଦେଷ୍ଟା ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ଆଶୁକବି ହେମନ୍ତ ଦାଶ, ଅଭିନବ ପଟ୍ଟନାୟକ, ଲୋକନାଥ ଦଳବେହେରା, ନରୋତ୍ତମ ବାରିକ, ବୈରାଗୀ ସାହୁ, ସୁଖରାମ ମଲ୍ଲିକ, କବୟିତ୍ରୀ କବିତା ମିଶ୍ର, ନିରୂପମା ମିଶ୍ର, ପ୍ରତିଭା ରାଜହଂସ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ତୃପ୍ତିମୟୀ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, ହୀରାବତୀ ସାହୁ, ଅଧ୍ୟାପିକା ବୈଜୟନ୍ତୀ ସାହୁ, ଗୀତା ଦେବତା, ସବିତା ଦାନୀ ମିଶ୍ର, ଚମ୍ପେଶ୍ୱର ଦାନୀ, ପ୍ରସନ୍ନ ହୋତା, ଫାଲଗୁନି ରଣା, ନାରାୟଣ ଦଣ୍ଡସେନା, ସହଦେବ ମେହେର, ସୁଦାମ୍‌ ପୁଟେଲ, ନରସିଂହ ମହାଣା, ଯୁଗେଶ୍ୱର ତାଣ୍ଡି, ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.