ସ୍ୱତନ୍ତ୍ର ଅଭିଯାନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର

ଏସବୁ କାର୍ଡ଼ର ମୋଟ ଋଣ ସୀମା ୧,୦୨,୦୬୫ କୋଟି ଟଙ୍କା
ନୂଆଦିଲ୍ଲୀ, (ପିଆଇବି) : ଦେଶର କୃଷି କ୍ଷେତ୍ରକୁ କରୋନା ମହାମାରୀ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ କୋହଳ ହାରରେ ଋଣ ଯୋଗାଇ ଦିଆଯାଉଛି । ୨୦୨୦ ଅଗଷ୍ଟ ୧୭ ତାରିଖ ସୁଦ୍ଧା ୧ କୋଟି ୨୨ ଲକ୍ଷ କିଷାନ କ୍ରେଡିଟ କାର୍ଡ ମଂଜୁର କରାଯାଇଛି । ଏହିସବୁ କାର୍ଡରେ ମୋଟ ୧,୦୨,୦୬୫ କୋଟି ଟଙ୍କାର ଋଣ କରିହେବ । ଏହାଫଳରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବିକାଶ ଘଟିବା ସହିତ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ ହେବ ।
ଏଠାରେ ସ୍ମରଣଯୋଗ୍ୟ ଯେ ଆତ୍ମନିର୍ଭର ଭାରତ ପ୍ୟାକେଜରେ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କାର ଋଣ କୋହଳ ସୁଧ ହାରରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏହାଦ୍ୱାରା ଚାଷୀ, ମତ୍ସ୍ୟଜୀବୀ ଓ ଗୋପାଳକ ଉପକୃତ ହେବେ ।

Leave A Reply

Your email address will not be published.