ସରକାରୀ କର୍ମଚାରୀ ବି ମାସ୍କ ବ୍ୟବହାର ଭୁଲି ଗଲେ : ଜଙ୍ଗଲ ଭିତରେ କପାଚାଷ ପାଇଁ ତାଲିମ, ୨୦ଜଣ ଲୋକଙ୍କୁ ନେଇ ଆଲୋଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମହଗାଁ ଜଙ୍ଗଲରେ ଆଜି କପାଚାଷୀ ମାନଙ୍କୁ ନେଇ ଏକ ତାଲିମ ଶିବର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ବ୍ଳକ କୃଷି ଅଧିକାରୀ ଚିତରଂଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବ୍ଳକର ବିଭିନ୍ନ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ କେତେ ଜଣ ସରକାରୀ କର୍ମଚାରୀ ମାସ୍କ ବ୍ୟବହାର କରିଥିବା ବେଳେ ଆଉ କେତେ ଜଣ ମାସ୍କ ବ୍ୟବହାର କରି ନଥିବା ଦେଖିବାକୁ ମଧ୍ୟ ମିଳିଥିଲା । ତେବେ ଏଥିରୁ ପ୍ରଶ୍ନ ଉଠେ, ଯେ ଯଦି ରାଜ୍ୟ ସରକାର ମାସ୍କ ବ୍ୟବହାର ନ କଲେ ସାଧାରଣ ଲୋକଙ୍‌ଙ୍କଠୁ ଫାଇନ ଆଦାୟ କରୁଛନ୍ତି, ତେବେ କରୋନା ମହାମାରୀ ସମୟରେ ବିନା ମାସ୍କରେ ସରକାରୀ ବାବୁମାନଙ୍‌ଙ୍କ ଏକ ସଭା ଅନୁଷ୍ଠିତ ହେବା କେତେ ଯୁକ୍ତଯୁକ୍ତ ? ବ୍ଳକର ସମସ୍ତ ଚାଷୀମାନେ ଉପସ୍ଥିତ ରହିବା କଥା । ହେଲେ ୨୦ ଜଣ ଚାଷୀଙ୍କୁ ନେଇ ଏକ ଜଙ୍ଗଲ ଭିତରେ କାର୍ୟ୍ୟକ୍ରମ ହେଉଥିବା ବେଳେ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଚାଷୀ ମାନଙ୍କୁ ଡ଼କା ଯାଇ ନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.

error: Content is protected !!