ପଦ୍ମପୁର ଯଦି ଏକ ସ୍ୱତନ୍ତ୍ର ଜିଲ୍ଲା ହେବ ତେବେ ଇତିହାସ କ’ଣ ଲେଖିବ

  • ନିରୋଜ କୁମାର ପାଣୀ

ପଦ୍ମପୁର ଏକ ସ୍ୱତନ୍ତ୍ର ଜିଲ୍ଲା ହେବା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଖବର । ପଦ୍ମପୁର ଜିଲ୍ଲା ଗଠନ ହେଲେ ଇତିହାସ କ’ଣ ଲେଖିବ ସେ ବିଷୟରେ ମୁଁ ମୋର ସଂକ୍ଷିପ୍ତ ଅଭିମତ ଦେଉଛି । ଏହା ମୋର ବ୍ୟକ୍ତିଗତ ମତ ଓ ବିଚାର । ପଦ୍ମପୁର ସବ୍‌ଡିଭିଜନ୍‌କୁ ଏକ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦୀର୍ଘ ଦଶନ୍ଧିରୁ ପଦ୍ମପୁରବାସୀ ଦାବୀ କରି ଆସୁଛନ୍ତି । ୧୯୯୩ ମସିହାରେ ଯେତେ ବେଳେ ବିଜୁ ବାବୁଙ୍କ ସରକାର ସମୟରେ ଓଡିଶାରେ ୧୩ରୁ ୩୦ ଜିଲ୍ଲା ହେଲା, ସେତେ ବେଳେ ପଦ୍ମପୁର ବାସୀଙ୍କ ପ୍ରତି ଅବିଚାର କରାଗଲା । ଦେବଗଡ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୋଟିଏ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଲା ଅଥଚ ପଦ୍ମପୁର ତାର ହକ୍ ଓ ଅଧିକାରରୁ ବଞ୍ଚିତ ହେଲା । ଏଥି ପାଇଁ ସେ ସମୟରେ ଥିବା ଅପାରଗ ନେତୃତ୍ୱ ଦାୟୀ ଇତିହାସ ସେମାନଙ୍କୁ କେବେ କ୍ଷମା ଦେବ ନାହିଁ । ୨୦୨୩ରେ ପଦ୍ମପୁର ସବ୍‌ଡିଭିଜନ୍‌କୁ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଧ୍ୟ ବାଧକତା ଥିଲା । ତାଙ୍କ ପାଖରେ ଅନ୍ୟ ବିକଳ୍ପ ନଥିଲା । ପଦ୍ମପୁର ଏକ ସ୍ୱତନ୍ତ୍ର ଜିଲ୍ଲା ହେଲେ ପଦ୍ମପୁର ଓକିଲ ସଂଘର ଭୂମିକା ସବୁଠାରେ ଆଗରେ ରହିବ । ଶ୍ରମିକ ନେତା ପଦ୍ମପୁରର ସଞ୍ଜୟ ବହିଦାରଙ୍କ ଭୂମିକା ମଧ୍ୟ ଆଲୋଚନାର ବିଷୟ ନିଶ୍ଚିତ ରୂପେ ହେବ । ଆଇନଜୀବୀ ଅଜିତ ଶତପଥୀ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଭୂମିକାକୁ ଇତିହାସ ମନେରଖିବ । ସର୍ବୋପରି ଓଡିଶା ବିଧାନ ସଭାରେ ନବୀନ ସରକାରଙ୍କୁ ଅସୁବିଧାରେ ପକାଉଥିବା, ଓଡିଶା ବିଧାନ ସଭାର ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ୨୦୨୨ ପଦ୍ମପୁର ବିଧାନ ସଭା ଉପ ନିର୍ବାଚନ ରେ ପରାଜୟ କରିବା ପାଇଁ ନବୀନ ସରକାର ସବୁ ଶକ୍ତି, ସାମର୍ଥ୍ୟ ଓ କୌଶଳ ପ୍ରୟୋଗ ଭିତରେ ପଦ୍ମପୁରକୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ଘୋଷଣା ସରକାରଙ୍କ ଏକ ବାଧ୍ୟ ବାଧକତା ଥିଲା,ଏହାକୁ ଇତିହାସ କେବେ ଭୁଲିବ ନାହିଁ । (ସାମ୍ବାଦିକ)

                                                  
jittmm
Leave A Reply

Your email address will not be published.