ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁ‌ଦ୍ଧ ଜାହାଜ ଆଇଏନ୍‌ଏସ୍ ଜଳଶ୍ଵ, ଆଇଏନ୍‌ଏସ୍ ସହ୍ୟାଦ୍ରୀ, ଶକ୍ତି ଓ ଶିବାଲିକ୍ । ବନ୍ଦରର ବିଭିନ୍ନ ଗେଟ୍‌ରେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସୁରକ୍ଷା ବ୍ୟବ‌ସ୍ଥାକୁ କଡାକଡି କରାଯାଇଛି । ଦୂର ସମୁଦ୍ର ଭିତରେ ଗୋଟିଏ ଦିନର ଏହି କାର୍ୟ୍ୟକ୍ରମ ଥିବାବେଳେ ଏଥିରେ ଓଡ଼ିଶା ବିଧାନସଭାର ୧୪୫ ଜଣ ବିଧାୟକ ଆସି ଯୋଗ ଦେବାର ସ୍ୱୀକୃତି ପ୍ରଦାନ କରିଥିବା ଜଣାପଡିଛି । ଭାରତୀୟ ନୌସେନା ତା’ର ପରାକାଷ୍ଠା ପ୍ରଦର୍ଶନ କରିବା ସହ କିଭଳି ଭାରତୀୟ ସୀମାକୁ ବାହ୍ୟ ଶତୃ ଠାରୁ ରକ୍ଷା କରିବ, ସେ ନେଇ କଳା କୌଶଳ ପ୍ରଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ୧୯୭୧ ଭାରତ-ପାକ୍ ଯୁଦ୍ଧର ୫୦ ବର୍ଷ ପୁର୍ତ୍ତି ଅବସରରେ ସ୍ମରଣୀୟ କରିବା ନେଇ “ସ୍ଵର୍ଣ୍ଣିମ ବିଜୟ ବର୍ଷ” ପାଳନ କରାଯାଉଥିବା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.