ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡେଇଁପଙ୍କ ଗ୍ରାମ ପଞ୍ଚାୟତର ରମେଶ ବୁଡ଼ (୧୩) ଓ ତାଙ୍କ ସାଙ୍ଗ ଜିତ ଡୁଙ୍ଗ(୧୩) ହାତିଲି ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁବରଣ କରିଥିବା ବେଳେ ଜିତର ବାପା ନବୀନ ଡୁଙ୍ଗ ଆହତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଗତକାଲି ଦିନ ବେଳା ରମେଶ ଓ ଜିତ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଘରକୁ ଫେରିଲା ପରେ ଗୋଟିଏ ଛେଳିକୁ ଖୋଜିଥିଲେ। ହେଲେ ନ ପାଇବାରୁ ସନ୍ଧ୍ୟାରେ ୬ଟା ନିକଟରେ ଥିବା ଜଙ୍ଗଲକୁ ଖୋଜିବା ପାଇଁ ଯାଇଥିଲେ। ସେତେବେଳେ ଗାଁରୁ ଦୁଇ କିମି ଦୂର ଜାଗାକୁ ଯାଇଥିଲେ। ବରହା ମାରିବା ପାଇଁ କେହି ଦୁର୍ବୃତ୍ତ ତାର ବିଛାଇଥିବା ବେଳେ ଜାଣି ନ ପାରି ଲାଗି ଯାଇଥିଲେ ଦୁଇ ନାବାଳକ । ଏଣେ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ନବୀନ ଡୁଙ୍ଗ ମଧ୍ୟ୍ୟ ଲାଇନ ତାରରେ ଲାଗି ଯାଇଥିଲେ। ସେତେବେଳେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନବୀନ ଓ ବେହୋସ ହୋଇପଡ଼ି ଯାଇଥିଲେ । ଚେତା ଆସିବା ପରେ ଘରକୁ ଯାଇ ଲୋକଙ୍କୁ କହିବା ପରେ ଉଲୁଣ୍ଡା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ତିନି ଜଣଙ୍କୁ ଆମ୍ବୁଲାନ୍ସରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ । ସେତେବେଳକୁ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ।

Leave A Reply

Your email address will not be published.